ବଗାଡ଼ ଠାରେ ନବ ନିର୍ମିତ ଯାଦବ ଭବନ କୁ ଉଦ୍ଘାଟନ କଲେ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ।

କଳାହାଣ୍ଡି,୨୪/୧୨(ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବଗାଡ ୱାର୍ଡ ନ ୨ ରେ ୨୮ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ଯାଦବ ଭବନକୁ ପଞ୍ଚାୟତରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଉଦ୍ଘାଟନ କରିଥିଲେ । ଏଠାରେ ପ୍ରକାଶ ଥାଉ କି ଯାଦବ ଭବନ ନିର୍ମାଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବା ବେଳେ

ପୂର୍ବତନ ସଦର ବିଧାୟକ ପ୍ରଦୀପ୍ତ କୁମାର ନାଏକ ୮ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଧର୍ମଗଡ ବିଧାୟକ ସୁଧୀର କୁମାର ପଟ୍ଟ ଯୋଶୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ, ଜିଲ୍ଲା ଯାଦବ ସଭାପତି ତଥା କେସିଙ୍ଗା ନଗରପାଲ ନୃପରାଜ୍ ଯାଦବ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, କେସିଙ୍ଗା ବ୍ଲକ ଯାଦବ ସଭାପତି ପାନାଲାଲ ବେମାଲ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ଯାଦବ ସମାଜ ପକ୍ଷ ରୁ କେସିଙ୍ଗା ରେ ଜିଲ୍ଲାର ପ୍ରମୁଖ ରେଳ ଷ୍ଟେସନ ଥିବାରୁ ଏକ ଯାଦବ ଅତିଥି ଭବନ ନିର୍ମାଣରେ ସହଯୋଗ କରିବା ପାଇଁ ମନ୍ତ୍ରୀ ମହୋଦୟ ଙ୍କୁ ଅନୁରୋଧ କରିଥିଲେ। ପରେ ଭବନ ଉଦ୍ଘାଟନ ପରେ ମନ୍ତ୍ରୀ ରବି ନାରାୟଣ ନାଏକ କେସିଙ୍ଗା ବ୍ଲକ ସଦଭାବନା ଗୃହ ଠାରେ ଏକ ରିଭ୍ୟୁ ମିଟିଂ ଅନୁଷ୍ଠିତ ହୋଇ ଥିଲା |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page