ବରିଷ୍ଠ ପ୍ରଶାସନିକ ଅଧିକାରୀ ଶରତ ମହାପାତ୍ର ଙ୍କ ବିୟୋଗ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପୂର୍ବତନ ଓଡିଶା ପ୍ରଶାସନିକ ସେବା ଅଧିକାରୀ, ବରିଷ୍ଠ ସମାଜସେବୀ ଶରତ ଚନ୍ଦ୍ର ମହାପାତ୍ରଙ୍କ ସ୍ଥାନୀୟ ରତ୍ନାକରବାଗ ବାସଭବନରେ 88 ବର୍ଷ ବୟସରେ ପରଲୋକ ଘଟିଛି l ଦୀର୍ଘ ମାସ ଧରି ବୟସାଧିକ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ l ଜଣେ ସରଳ, ଦକ୍ଷ, ନିଷ୍ଠାପର ପ୍ରଶାସନିକ ଅଧିକାରୀ ଭାବେ ବେଶ ସୁନାମ ଅର୍ଜନ କରିବା ସହ ପୂଜ୍ୟପୂଜାକୁ ଗୁରୁତ୍ୱ ଦେବା ସହ ଆଜିକାଲି ର ପୀଢ଼ିଙ୍କୁ ମହାନ ବ୍ୟକ୍ତିତ୍ୱଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସର୍ବଦା ପରାମର୍ଶ ପ୍ରଦାନ କରୁଥିଲେ l ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା l କନ୍ୟା ତୃପ୍ତିଙ୍କ ସମେତ ତାଙ୍କ ଅନ୍ୟ ପିଲାମାନେ ସମସ୍ତେ ସମାଜରେ ନିଜ ନିଜ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି l ନିଜଗ୍ରାମ ଜଗତସିଂହପୁର ର ସିଠାଳ ଠାରେ ଶୋକର ଛାୟା ଖେଳିବା ସହିତ ବନ୍ଧୁ ବାନ୍ଧବ, ଆତ୍ମୀୟସୋଜନ ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବୋଲି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page