ପୁରୀ: ଜିଲ୍ଲାର ବଳଙ୍ଗା ନାବାଳିକାଙ୍କ ଦିଲ୍ଲୀ ଏମ୍ସରେ ମୃତ୍ୟୁ ପରେ ଆଜି ପୈତୃକ ଗାଁ ବାୟାବରରେ ଶେଷ ହେଲା ଅନ୍ତିମ ସଂସ୍କାର । ବାୟାବର ନୂଆ ଗୋପାଳପୁରରେ ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗତକାଲି (ରବିବାର) ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା ବଳଙ୍ଗା ପୀଡିତାଙ୍କ ପାର୍ଥିବ ଶରୀର । ପୀଡିତାଙ୍କ ଶେଷ ଦର୍ଶନ ପାଇଁ ବିମାନବନ୍ଦରରେ ବିଭିନ୍ନ ଦଳର ନେତାଙ୍କ ଭିଡ ଜମିଥିଲା । ଏହା ପରେ ମହାପ୍ରୟାଣ ଗାଡିରେ ଗାଁକୁ ଯାଇଥିଲା ପୀଡିତାଙ୍କ ମରଶରୀର । କାନ୍ଦବୋବାଳିରେ ଫାଟି ପଡିଲା ଗାଁ । ପୂର୍ବରୁ ଗାଁରେ ପୋଲସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।
ଦିଲ୍ଲୀରୁ ଆସିଲା ପୀଡିତାଙ୍କ ମରଶରୀର:ଗତକାଲି(ଜୁଲାଇ 3) ଇଣ୍ଡିଗୋ ବିମାନ (6E2201) ଯୋଗେ ପୀଡିତାଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା । ନୂଆଦିଲ୍ଲୀରୁ 8.55 ମିନିଟରେ ବିମାନ ଉଡାଣ ଭରିଥିବା ବେଳେ ଭୁବନେଶ୍ବରରେ ରାତି ପ୍ରାୟ 10.30 ସୁଦ୍ଧା ପହଞ୍ଚିଥିଲା ମୃତଦେହ ।
ବିମାନବନ୍ଦରରେ ନେତାମନ୍ତ୍ରୀଙ୍କ ଭିଡ:ପୀଡିତାଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ବିମାନବନ୍ଦରରେ ଲାଗିଥିଲା ନେତା ମନ୍ତ୍ରୀଙ୍କ ଭିଡ । ବିଜେପି, ବିଜେପି, ଓ କଂଗ୍ରେସର ନେତା ବିମାନ ବନ୍ଦରରେ ପୀଡିତାଙ୍କ ଶେଷ ଦର୍ଶନ କରିଥିଲେ । ଲୋକାରଣ୍ୟ ହୋଇଉଠିଥିଲା ଭୁବନେଶ୍ବର ବିମାନ ବନ୍ଦର । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ପିପିଲିର ପୂର୍ବତନ ବିଜେଡି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, କଂଗ୍ରେସର ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଅନେକ ନେତା କର୍ମୀ ପୀଡିତାଙ୍କ ଶେଷ ଦର୍ଶନ କରିଥିଲେ । ସ୍ଥାନୀୟ ବିଜେପି ନେତା ସମୀର ଦାଶ ବି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।
ଗତମାସ ଜୁଲାଇ 19 ତାରିଖରେ ନାବାଳିକାଙ୍କ ଦେହରେ ନିଆଁ ଲାଗିଥିବା ଅବସ୍ଥାରେ ଉଦ୍ଧାର ହୋଇ ପ୍ରଥମେ ଭୁବନେଶ୍ୱର ଏମ୍ସ ପରେ ଦିଲ୍ଲୀ ଏମ୍ସକୁ ଜୁଲାଇ 20 ତାରିଖରେ ଏୟାର ଲିଫ୍ଟ ହୋଇଥିଲେ । ଜୁଲାଇ 21 ତାରିଖରେ ପ୍ଲାଷ୍ଟିକ୍ ସର୍ଜରୀ ଓ୍ବାର୍ଡକୁ ସିଫ୍ଟ ହୋଇଥିଲେ ଏବଂ ଜୁଲାଇ 24 ତାରିଖରେ ନାବାଳିକଙ୍କ ଅସ୍ତ୍ରୋପଚାର ହୋଇଥିଲା । ଏପଟେ ନାବାଳିକାଙ୍କ ମୃତ୍ୟୁ ପରେ ବିଜେଡି ପରିବାରକୁ 2 କୋଟିର ସହାୟତା ଦାବି କରିଛି। ବଳଙ୍ଗା ନାବାଳିକା ମୃତ୍ୟୁ ଘଟଣାରେ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ। ପୁରୀ ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ। ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଆସନ୍ତା ୭ ତାରିଖରେ ସକାଳ ୬ ଟା ଠାରୁ ଦିନ ୧୨ ଟା ଯାଏ ପୁରୀ ଜିଲ୍ଲାରେ ବିଜେଡି ପକ୍ଷରୁ ହରତାଳ ହେବ। ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ପୀଡ଼ିତାଙ୍କ ମୃତ୍ୟୁ ଏବେ ସମ୍ପୂର୍ଣ୍ଣ ରହସ୍ୟ ଘେରରେ। ପୋଲିସର ତଦନ୍ତ ଉପରେ ବିଜେଡ଼ିର ପ୍ରଶ୍ନବାଚୀ। ଘଟଣାର ସତ୍ୟାସତ୍ୟ ଯଥାଶୀଘ୍ର ସରକାର ଉନ୍ମୋଚନ କରନ୍ତୁ। ରାଜ୍ୟ ସରକାର ଜାଣିଶୁଣି ଦୋଷୀକୁ ଚିହ୍ନଟ କରୁନଥିବା ବିଜେଡ଼ି ର ଅଭିଯୋଗ। ପୀଡ଼ିତାଙ୍କ ପରିବାର ଉପରେ କଣ ଚାପ ପଡିଲା ଯାହାଫଳରେ ତାଙ୍କ ବାପା ନିଜର ମତ ପରିବର୍ତ୍ତନ କରାଇଲେ। ତୁରନ୍ତ ଏହାର ସତ୍ୟତା ସାମ୍ନାକୁ ନ ଆସିଲେ ବିଜେଡ଼ି ଆନ୍ଦୋଳନ ଜାରି ରଖିବ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ପୁରୀ ଜିଲ୍ଲା ବିଜେଡ଼ି ସଭାପତି।