ବିନାଶ କାଳେ ବିପରୀତ ବୁଦ୍ଧି

ମୁଖ୍ୟମନ୍ତ୍ରୀ ତିନି ଠାକୁରଙ୍କୁ ଦର୍ଶନ କରିବାକୁ ଯାଇଛନ୍ତି ନା ଇଲେକ୍ସନ୍ ପ୍ରଚାର କରିବାକୁ ଯାଇଛନ୍ତି❓ମୁଖ୍ୟମନ୍ତ୍ରୀ ମହୋଦୟ କଣ ନିୟମରୁ ଉର୍ଦ୍ଧ୍ୱରେ କି ❓ ସ୍ନାନ ମଣ୍ଡପରେ ଦର୍ଶନ ସଂକ୍ରାନ୍ତୀୟ କିଛି ନିୟମ ୨୦୧୬ ମସିହାରୁ ଲାଗୁ ହୋଇ ରହିଛି। ଭକ୍ତ ମହାବାହୁଙ୍କ ନିକଟକୁ ନଯାଇ ବ୍ୟାରିକେଡ଼ ବାହାରେ ରହି ଦର୍ଶନ କରିବେ ହେଲେ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ସାଂସଦ ଓ ବିଧାୟକ ଗଣ ଏହି ନିୟମକୁ ଭ୍ରୁକ୍ଷେପ କଲେ ନାହିଁ❓

ଯେଉଁ ସମୟରେ ଏହି ଫୋଟୋ ଉଠିଥିଲା ତାହା ସାହାଣ ମେଲା ଦର୍ଶନର ସମୟ ନୁହେଁ ତେଣୁ ଏଭଳି ବେନିୟମ କାମ କିଭଳି ହେଲା❓ ତିନି ଠାରୁ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରାଙ୍କ ସାମ୍ନାରେ ସଭିଏଁ ସମାନ, ହେଲେ ମୁଖ୍ୟମନ୍ତ୍ରୀ ମହୋଦୟ ମହାପ୍ରଭୁଙ୍କୁ ପିଠି କରି ଯେଭଳି ହାତ ହଲେଇଲେ ଲାଗିଲା ସେ ନିଜକୁ ଜଗନ୍ନାଥ ଭାବି ନେଲେଣି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page