ବିଭିନ୍ନ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ଓ ହାତୀ ବେଶ ସମ୍ପର୍ଣ୍ଣ

ବାଲିଅନ୍ତା: ବାଲିଅନ୍ତା ବ୍ଳକ୍ ଚକ୍ରରାଜ ସୁଦର୍ଶନ ଦାରୁ ପିଠରେ ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମାର ପୂର୍ବ ପ୍ରସ୍ତୁତି ଅନୁଯାୟୀ ହୋଇଥିବା ନୀତି ନିର୍ଘଣ୍ଟ ପ୍ରାତଃରେ ମଙ୍ଗଳାର୍ପଣ ଡୋରଲାଗି ଓ ପୃଷ୍ପାଞ୍ଜଳି ହୋଇ ପହଣ୍ଡିଆରମ୍ଭ ମଙ୍ଗଳ ଆଳତୀ ସକାଳ ୯.ଟାରେ ଇଲମ, ତଡ଼ପଲାଗି, ଅଧରପୋଛା, ଅବକାଶ,ରୋଷହୋମ, ସୂର୍ୟ୍ୟପୂଜା, ଦ୍ୱାରପାଳ ପୂଜା,ବେଶଶେଷ ଜଳବିଜେ, ପୂଜା, ସ୍ନାନ,ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗାଲାଗି ବେଶ, ମଧ୍ୟାହ୍ନରେ ଛେରା ପହଁରା, ଅପରାହ୍ନ ରେ ହାତୀ (ଗଜ) ବେଷ,ମହନ୍ତଶାଢ଼ୀବନ୍ଧା,ଘଣ୍ଟଛତାସକାଳଧୂପ,ଦକ୍ଷିଣିଘର ଭୋଗ, ସନ୍ଧ୍ୟାପରେ ସାହାଣମେଲା ,ହାତୀବେଶମଇଲମ ପୃଷ୍ପାଞ୍ଜଳି ଓ ଡ଼ୋରଲାଗି ବାହୁଡ଼ା ପହଣ୍ଡି ଆଦି ନୀତି କାନ୍ତି ସମ୍ପର୍ଣ୍ଣ ହେବାପରେ ଅଣସର ଗୃହକୁ ଚତୁର୍ଦ୍ଧା ମୂର୍ତ୍ତି ବିଜେ କରିଥିଲେ। ସେହିପରି ଜୟଦେବ ପୀଠ କେନ୍ଦୁବିଲ୍ଵ ଗ୍ରାମ ର ଉପରସାହି , ବାଳକାଟି ସ୍ଥିତ ମାହାଲ ସାହି, ଶ୍ଵପ୍ନେଶ୍ୱର ମନ୍ଦିର , ଦୋପଟି ସାହି ର ପତିତ ପାବନ, କୌଶଲ୍ୟା ଗଙ୍ଗ ନିକଟସ୍ତ ପୁବା ଶାସନ ଗାଁ ଆଦି ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ମହା ସମାରୋହରେ ରେ ପାଳିତ ହୋଇଯାଇଛି। ମହାପ୍ରଭୁ ଙ୍କ ସମସ୍ତ ନୀତିକାନ୍ତି ଖୁବ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି। ମହାପ୍ରଭୁଙ୍କ ଦିବ୍ୟଦୁର୍ଲଭ ଗଜବେଶ ରେ ଦର୍ଶନ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page