ବେତନଟୀ: ବେତନଟୀ କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ବେତନଟୀ ପ୍ରିମିୟର ଲିଗ ସିଜିନ -୧୧ ର ଷଷ୍ଠ ଦିନରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ ଟି ବାହାନଡା ଟାଇଗର ଓ ୧୧ ଷ୍ଟାର ମୋରଡା ମଧ୍ୟରେ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଦାନି -୧୧ ଚିତ୍ରଡା ଓ ମା ଦୁର୍ଗା ଫାଇଟର ମଧ୍ୟରେ ହୋଇଥିଲା | ପ୍ରଥମ ମ୍ୟାଚରେ ୧୧ ଷ୍ଟାର ମୋରଡା ୧୯.୧ ଓଭରରେ ସମସ୍ତ ୱିକେଟ ହରାଇ ୧୩୯ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଜବାବରେ ବାହାନଡା ଟାଇଗର ୧୭.୩ ଓଭରେ ରେ ସମସ୍ତ ୱିକେଟ ହରାଇ ୧୨୦ ରନ କରି ପରାଜୟ ବରଣ କରିଥିଲା। ୧୧ ଷ୍ଟାର ମୋରଡା ର ରାଜେଶ ବେହେରା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ।

ସେହିଭଳି ଦ୍ଵିତୀୟ ମ୍ୟାଚରେ ଦାନି -୧୧ ନିର୍ଦ୍ଧାରିତ ୧୯.୧ ଓଭର ରେ ସମସ୍ତ ୱିକେଟ ହରାଇ ୧୧୦ ରନ ସଂଗ୍ରହ କରଥିଲା। ଜବାବରେ ମା ଦୁର୍ଗା ଫାଇଟର ୧୮.୪ ଓଭରରେ ୮ ୱିକେଟ ହରାଇ ୧୧୪ ରନ କରି ବିଜୟ ଲାଭ କରିଥିଲା । ଏଥିରେ ମା ଦୁର୍ଗା ଫାଇଟର ର ଖେଳାଳି ରିଙ୍କୁ ପରିଡା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା। ଉଭୟ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚଙ୍କୁ ଶିକ୍ଷକ ହୃଷିକେଶ ମହାନ୍ତି ଓ ସମାଜସେବୀ ନିରଞ୍ଜନ ମହାନ୍ତି ପୁରସ୍କୃତ କରିଥିଲେ। ଏହି ଖେଳକୁ ପ୍ରକାଶ ଜ୍ୟୋତି ଆଦିତ୍ୟ , ସୁଧାକର ପଣ୍ଡା ଓ କୁନା ସାହୁ ପରିଚାଳନା କରିଥିଲେ।ସ୍କୋର ଦାୟିତ୍ବରେ ରବୀନ୍ଦ୍ର ସାହୁ ଓ ବିକାଶ ଦାସ ଅନଲାଇନ ସ୍କାର ଭାବରେ ଗୌରବ ନାଥ, ପରିଚାଳନା କରିଥିଲେ । ଏହି ଖେଳକୁ ମନୋଜ କୁମାର ପଣ୍ଡା, ନରୋତ୍ତମ ମହାନ୍ତ, କରଣ ନାଥ, ଅମର ଦାସ, ଭାଗ୍ୟ ରଞ୍ଜନ ବେହେରା, ଚନ୍ଦନ ଗିରି ପ୍ରମୁଖ ସହଯୋଗ କରିଥିଲେ।