ଭୁବନେଶ୍ୱର ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ପୁଣି ଘଟିଛି ଜଣେ ଯୁବତୀଙ୍କ ମୃତ୍ୟୁ । ଭୁବନେଶ୍ୱର ଜାଗମରାରେ ଥିବା ଏକ ଓୟୋ ହୋଟେଲରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ନୟାଗଡ଼ ଜିଲ୍ଲାର ସୋନାଲି ମହାପାତ୍ର । ସେ ଏକ ବ୍ୟାଙ୍କରେ କାମ କରୁଥିବା ଜଣାପଡିଥିବା ବେଳେ ଦୁଇ ମହଲା ଛାତରୁ ତଳକୁ ଖସିପଡ଼ି ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳେ ରୁମରେ ଥିଲେ ଯୁବତୀଙ୍କ ପୁରୁଷ ବନ୍ଧୁ। ପୁରୁଷ ବନ୍ଧୁଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଖଣ୍ଡଗିରି ଥାନା ପୋଲିସ । ଯୁବତୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଓୟୋ ଯାଇଥିବାବେଳେ ସେଠାରେ ପ୍ରବଳ ଝଗଡ଼ା ଦୁଇଜଣଙ୍କ ମଧ୍ୟରେ ହୋଇଥିବା ଓୟୋର କର୍ମଚାରୀ କହିଛନ୍ତି। ତେବେ ସେମାନଙ୍କୁ ହୋଟେଲର କର୍ମଚାରୀମାନେ ବୁଝାଇବାପରେ ସେ ରୁମ୍‌କୁ ଯାଇଥିଲେ । ତେବେ ଏହା ପରେ ରାତିରେ କେମିତି ଛାତ ଉପରୁ ତଳକୁ ଖସିପଡ଼ିଲେ ତା’ର ସଂପୂର୍ଣ୍ଣ ତଦନ୍ତ କରାଯିବ ବୋଲି କହିଛି ସ୍ଥାନୀୟ ପୋଲିସ୍‌।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page