ଭୟଙ୍କର ବାଣ ବିସ୍ଫୋରଣ, ଦମ୍ପତ୍ତି ଗୁରୁତର ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଦେଉଳି ବଡସାହିରେ ମଙ୍ଗଳବାର ଏକ ଭୟଙ୍କର ବାଣ ବିସ୍ଫୋରଣ ଘଟିଯାଇଛି। ଏହି ବାଣ ବିସ୍ଫୋରଣରେ ଉଭୟ ଦମ୍ପତ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଦମ୍ପତିଙ୍କୁ ପ୍ରଥମେ ସ୍ଥାନୀୟ ବେଗୁନିଆ ଡାକ୍ତରଖାନା ନିଆଯିବା ପରେ ଖୋର୍ଦ୍ଧା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦମ୍ପତ୍ତି ହେଲେ ଅଶୋକ କୁମାର ମଲିକ ଏବଂ ତାଙ୍କ ସ୍ତ୍ରୀ ବୋଲି ଜଣାପଡିଛି। ଖବର ଅନୁସାରେ, ବେଗୁନିଆ ଥାନା ଅନ୍ତର୍ଗତ ଏହି ଦେଉଳି ବଡ଼ସାହିର ଦମ୍ପତି ବେଆଇନ ଭାବେ ବାଣ କାରବାର କରୁଥିବାବେଳେ ନିଜେ ବାଣ ତିଆରି କରୁଥିବା ଜଣାପଡିଛି । ତେବେ ଦୁହେଁ ଘରେ ବାଣ ଭିଡୁଥିବାବେଳେ ଏହି ବାଣ ବିସ୍ପୋରଣ ଘଟିଥିଲା। ବିସ୍ଫୋରଣଟି ଏତେ ଅଧିକ ଥିଲା ଯେ, ଅଶୋକଙ୍କ ଘର ଉପର ଆଜ୍‌ବେଷ୍ଟ୍ ଉଡିଯାଇଥିଲା। ଏହା ସହ ଉଭୟ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇଥିବାବେଳେ ତାଙ୍କ ଏବେ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଥିବା ଜଣାପଡିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page