ଭୁବନେଶ୍ୱର: ମାଆର ବିକଳ୍ପ ନାହିଁ l ମାଆ ର ସ୍ଥାନ ସ୍ୱର୍ଗଠାରୁ ବି ଉଚ୍ଚରେ l ସମସ୍ତେ ମାଙ୍କ ପ୍ରତି ସମର୍ପିତ ଭାବେ କାର୍ଯ୍ୟକଲେ କୌଣସି ମା କେବେ ଦୁଃଖୀ ହେବେ ନାହିଁ l ଏହିପରି କିଛି ବାର୍ତ୍ତା ତଥା ମହତ ଉପଦେଶ ପ୍ରଦାନ କରିଥିଲେ “ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ “ପକ୍ଷରୁ ପରିଚାଳନା ନିର୍ଦ୍ଧେଶକ ନାରାୟଣ ଖୁଣ୍ଟିଆଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ବିଶ୍ୱମାତୃ ଦିବସ ତଥା ସପ୍ତାହ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ମୁଗୁପୁର ସମାଚାର ସମ୍ପାଦକ, ସମାଜସେବୀ ମଦନ ମୋହନ ପାଢ଼ୀ,ବରେନ୍ୟ ଅତିଥି

ମହିମାସାଧୁ ମଧୁସୂଦନ ଦାସ ସମ୍ମାନିତ ଅତିଥି ତଥା ସଂଯୋଜକ ଭାବେ ସାମ୍ବାଦିକ, ମୁଖପାତ୍ର ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅରବିନ୍ଦ ତ୍ରିପାଠୀ l କିଛି ମା ମାନଙ୍କୁ ବସ୍ତ୍ରପ୍ରଦାନ ସହ ଭୋଜନର ବ୍ୟବସ୍ଥା କରାଯାଇଥିଲା ଅନ୍ଧାରୁଆ ପ୍ରଭୁଦ୍ଧ ବିହାର ସ୍ଥିତ ପାଦପଦ୍ମ ପାହାଡ଼ଠାରେ l ଏହି ଅବସରରେ ସାମ୍ବାଦିକତା ଓ ଉଲ୍ଲେଖନୀୟ ସମାଜସେବା ପାଇଁ ରୀନା ମହାନ୍ତି ଓ ସମାଜସେବୀକା ବନୋଜୋଶ୍ନା ଭୁଜବଳଙ୍କୁ ମାନପତ୍ର ଓ ଉତ୍ତରୀୟ ସହ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମରେ ପ୍ରମୁଖ ଡ଼ଃ ନରୋତ୍ତମ ଦାସ, ରମେଶ ସାମନ୍ତରାୟ,ଐଶ୍ୱର୍ଯା ଲକ୍ଷ୍ମୀ ତ୍ରିପାଠୀ, ହୃଦାନନ୍ଦ ପରିଚାଳନା ଓ ସହଯୋଗ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ରାଜଲକ୍ଷ୍ମୀ କର l