ମହିମା ଆଶ୍ରମର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତବର୍ଷ ଫାଲଗୁନ ଶୁକ୍ଳପକ୍ଷ ଦଶମୀରେ ଅନ୍ଧାରୁଆ ଗ୍ରାମ ପ୍ରଭୁଦ୍ଧ ବିହାର ସ୍ଥିତ ମହିମା ଆଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମଲୀନ

ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବା ମହୋଦୟଙ୍କ ପୂର୍ବ ଆଦେଶ ଅନୁଯାଇ ବ୍ରହ୍ମଅବଧୂତ ବ୍ରଜବନ୍ଧୁ ବାବାଙ୍କ ଅଧ୍ୟକ୍ଷତାରେ ବ୍ରହ୍ମଧ୍ଵନି ସ୍ଥାପନ ଓ ଘୃତାବତୀ ପ୍ରଜ୍ବଳନ କରାଯାଇଥିଲା l ଉକ୍ତ ମହୋତ୍ସବ ରେ ମହିମା ଧର୍ମ ସମାଜ ର ପର ସନ୍ୟାସୀ ଓ ଅପର ସନ୍ୟାସୀ ଭକ୍ତବୃନ୍ଦ ଓ ଭକ୍ତ ପ୍ରେମୀ ଯୋଗ ଦେଇଥିଲେ l ପାହାଡ଼ ଟି ମହିମା ଅଲେଖ ଧର୍ମରେ କମ୍ପି ଉଠିବା ସହିତ ଧର୍ମୀୟ ବାତା ବରଣ ସୃଷ୍ଟି ହେଇଥିଲା l ସାୟମ ସମୟରେ ପ୍ରସାଦସେବନ ସହିତ ପ୍ରବଚନ, ଭଜନ, କୀର୍ତ୍ତନ କରାଯାଇଥିଲା l ଉକ୍ତ ମହୋତ୍ସବଟିକୁ ଅନ୍ଧାରୁଆ ଗ୍ରାମବାସୀ ଓ ମହିମା ସମାଜ ର ଭକ୍ତମାନେ ସୁଚାରୁରୂପେ ପରିଚାଳନା କରିଥିଲେ ବୋଲି ମହିମା ସେବା ଫାଉଣ୍ଡେସନ ର ସଭାପତି ନାରାୟଣ ଖୁଣ୍ଟିଆ ଏକ ପ୍ରେସ ବିଜ୍ଞପ୍ତିରେ ଦର୍ଶାଇ ଥିଲେl

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page