ଭୁବନେଶ୍ୱର,୭.୩.୨୦୨୪: ଓଡ଼ିଶା ରାଜ୍ୟ ବିଜେପି ପକ୍ଷରୁ ବିକଶିତ ଓଡ଼ିଶା, ବିକଶିତ ଭାରତ ସଂକଳ୍ପ ପତ୍ର ପ୍ରସ୍ତୁତି ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ବୁଲନ ସେବା ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ, ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବିଜେପି ନେତା ତଥା ସାମ୍ବାଦିକ ଅର୍ଧେନ୍ଦୁ ଦାସ, ଅଜିତ୍ ଦାସ, ବିଜେପି ସଂକଳ୍ପ ପତ୍ର ପ୍ରସ୍ତୁତି ଲାଗି ଏକ ବୈଠକ ଜରିଆରେ ମତବ୍ୟକ୍ତ କରି କହିଥିଲେ ଯେ, ଭାରତର ସର୍ବାଙ୍ଗୀନ ବିକାଶ ଲାଗି ସମସ୍ତ ବୁଦ୍ଧିଜୀବୀ, ଜନସାଧାରଣ, ସାମ୍ବାଦିକ ତଥା ସମାଜର ସବୁ ସ୍ତରର ବ୍ୟକ୍ତିବିଶେଷ ଏଥିରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଶାସନ, ସୁଶାସନକୁ ଆଗେଇ ନେବାରେ ଜନସାଧାରଣ ଭାଗୀଦାର ହୁଅନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରାଯାଇଥିଲା । ଏହାସହିତ ପ୍ରତି ସାଂସଦଙ୍କ ନିର୍ବାଚନ ମଣ୍ଡଳୀରେ ଦୁଇଟି ମୋବାଇଲ ଗାଡ଼ି ରହିବା ସହିତ ସେଥିରେ ସମସ୍ତ ଜନସାଧାରଣ ନିଜ ନିଜର ମତାମତ ଦେଇପାରିବେ । ତାହା ସଂଗୃହିତ ହେଲା ପରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯିବ । ଏଥିରେ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ କରାଯାଇଥିଲା । ସାମ୍ବାଦିକ ତଥା ବୁଦ୍ଧିଜୀବୀ ନିଜ ନିଜର ମତାମତ ପ୍ରକାଶ କରିଥିଲେ ।
Report: Priyabrat Barik, Utkalbulletin