ଶ୍ରୀ ସୁଦର୍ଶନ ଦାରୁ ପୀଠରେ ବିଶ୍ବ ପଖାଳ ଦିବସ ପାଳନ


ବାଲିଅନ୍ତା: ୨୦/୩ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଶ୍ରୀ ସୁଦର୍ଶନ ଦାରୁ ପୀଠ ଅରଣ୍ୟରେ ମାର୍ଚ୍ଚ ୨୦, ଓଡ଼ିଆ ଜାତିର ପରିଚୟ ଏବଂ ପରମ୍ପରାର ଦିନ। ସାରା ବିଶ୍ୱରେ ଆଜି ‘ବିଶ୍ୱ ପଖାଳ ଦିବସ’ ବେଶ୍ ଉତ୍ସାହର ସହ ପାଳନ କରାଯାଉଛି। କ୍ଷେତରେ କାମ କରୁଥିବା ଚାଷୀଠାରୁ ଆରମ୍ଭ କରି ସହରର ବଡ଼ ବଡ଼ ଅଟ୍ଟାଳିକା ପର୍ଯ୍ୟନ୍ତ, ସବୁଠି ଆଜି ପଖାଳ କଂସାର ରାଜୁତି ଦେଖିବାକୁ ମିଳିଛି। ଏହି ଅବସରରେ କାଞ୍ଚନ ଫାଉଣ୍ଡେସନ ପକ୍ଷରୁ ମଧ୍ୟ ଓଡ଼ିଆ ସଂସ୍କୃତିକୁ ସମ୍ମାନ ଜଣାଇ ଏହି ଦିବସକୁ ବେଶ୍ ଧୁମଧାମରେ ପାଳନ କରାଯାଇଛି। ପଖାଳ କେବଳ ଖାଦ୍ୟ ନୁହେଁ, ଏକ ଆବେଗ ଓଡ଼ିଆ ଜୀବନଶୈଳୀରେ ପଖାଳର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ବିଦୁଭୂଷଣ ପଟ୍ଟନାୟକ , ବଙ୍କିମ ଚନ୍ଦ୍ର ନାୟକ , ଡଃ ରଜନୀ ରଂଜନ ଦାଶ , ସୁବ୍ରତ ଛାଟୋଇ , ରଶ୍ମି ମହାପାତ୍ର , ସୁଚିଶ୍ମିତା ପୃଷ୍ଠି , ସୁବ୍ରତ ମହାନ୍ତି, ଜୟଶ୍ରୀ ଧଳ, ଜୟକୃଷ୍ଣ ଯଦୁମଣି ଦାଶ, ତାପସ ମଲ୍ଲିକ , ବେଣୁଧର ଭୋଇ ପ୍ରମୁଖ ଅତିଥି ରୂପେ ପ୍ରମୁଖ ଯୋଗଦେଇ ମତପ୍ରକାଶ କରିଥିଲେ । ଦୀନବନ୍ଧୁ ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଭୂଷଣ ଭୋଳ , ପ୍ରଳୟ କୁମାର ଦାସ , ଆଶୁତୋଷ ଚୌଧୁରୀ, କାନ୍ନୁ ଦାସ, ଉମାକାନ୍ତ ବେହେରା ଓ ଗୋପାଳ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page