ସମାଜସେବାରେ ପ୍ରଦୀପ କୁମାର ବାରିକଙ୍କୁ ଡକ୍ଟରେଟ୍ ସମ୍ମାନ

ଖୋର୍ଦ୍ଧା,୩.୧.୨୦୨୫: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଗୋପୋଳପୁର ପଂଚାୟତର ସରଂଚପ ତଥା ସମାଜସେବୀ ପ୍ରଦୀପ କୁମାର ବାରିକଙ୍କୁ ସମାଜସେବା କ୍ଷେତ୍ରରେ ସମ୍ମାନିତ କରାଯାଇଛି । ଆମେରିକାନ ମେରିଟ୍ କାଉନସିଲ୍ ଦ୍ୱାରା ପୁରୀ ଟାଉନ ହଲ ଠାରେ ୱାର୍ଲଡ୍ ଚାରିଟି ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଡକ୍ଟରେଟ୍ ସମ୍ମାନରେ ସମ୍ମାନିତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀଯୁକ୍ତ ବାରିକ ବୋଲଗଡ଼ ବ୍ଲକ୍ର ବିଭିନ୍ନ ସମାଜସେବା, ଅସହାୟଙ୍କ ସେବା, ବୃକ୍ଷରୋପଣ, ଜନସଚେତନତା ଆଦି ବହୁ ସାମାଜିକ କାର୍ଯ୍ୟ କରି ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏହାବ୍ୟତିତ ସରପଂଚ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ସେବାନିଧି ସମ୍ମାନ, ଆଦର୍ଶ ସରପଂଚ ଆଦି ବହୁ ପୁରସ୍କାର ପାଇପାରିଛନ୍ତି । ଏକ ପ୍ରେସ୍ ବିଜ୍ଞପ୍ତିରେ ସମାଜସେବୀ ନାରାୟଣ ଖୁଂଟିଆ ସୂଚନା ପ୍ରଦାନ କରିଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page