ବାଲିଅନ୍ତା ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର

ବାଲିଅନ୍ତା: ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶସ୍ତିକରଣ, ଓଡିଶା ସରକାରଙ୍କ ପକ୍ଷରୁ ବାଲିଅନ୍ତା ପଞ୍ଚାୟତ ସମିତି ଆନୁକୂଲ୍ୟରେ ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିତା ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରକୁ ସ୍ଥାନୀୟ ବିଧାୟକ ନବକିଶୋର ମଲ୍ଲିକ ଉଦଘାଟନ କରିଥିଲେ l ଏଥିରେ ବ୍ଲକ ଅନ୍ତର୍ଭୁକ୍ତ ୧୬ ଗୋଟି ପଞ୍ଚାୟତରୁ ଦିବ୍ୟାଙ୍ଗ ମାନେ ନିଜ ନାମ ପଞ୍ଜିକରଣ କରିବା ସହ ଉପସ୍ଥିତ ଡାକ୍ତରଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆଯାଇଥିଲା l ଶିବିରରେ ମୋଟ ୧୪୫ ଜଣ ଦିବ୍ୟାଙ୍ଗ ନିଜର ନାମ ପଞ୍ଜିକରଣ କରିଥିଲେ l ଏଥିରୁ ୬୬ ଜଣ ଶାରୀରିକ ଅକ୍ଷମ, ୨0 ଜଣ ଦୃଷ୍ଟିହୀନ, ୧୭ ଜଣ ଶ୍ରବଣ ଓ ବାକଶକ୍ତି ବାଧିତ ଏବଂ ୪୩ ଜଣ ମାନସିକ ଅନଗ୍ରସର ହିତାଧିକାରୀ ନାମ ପଞ୍ଜିକରଣ କରିଥିଲେ l ନିୟୋଜିତ ଡାକ୍ତରଙ୍କ ପରୀକ୍ଷଣ ପରେ ୧00 ଜଣ ଦିବ୍ୟାଙ୍ଗଙ୍କୁ ଆବଶ୍ୟକୀୟ ପ୍ରମାଣପତ୍ର ଦେବାପାଇଁ ସ୍ଥିର କରାଗଲା l ଏହି ପରିପ୍ରେକ୍ଷୀରେ ୨ ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଓ ୨ ଜଣଙ୍କୁ ପ୍ରମାଣପତ୍ର ବିଧାୟକ ଶ୍ରୀ ମଲ୍ଲିକଙ୍କ ଦ୍ୱାରା ପ୍ରଦାନ କରାଗଲା l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଅପରାଜିତା ସ୍ୱାଇଁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହିଆଲ, ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡା. ଗାୟତ୍ରୀ ମିଶ୍ର ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଉପସ୍ଥିତ ଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପୂଜାରାଣୀ ବରାଳ, ପିଏ ନାରାୟଣ ଦାସ ସହ ସମସ୍ତ କର୍ମଚାରୀ ଏହି ଶିବିରକୁ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page