ସରସ୍ଵତୀ ପୂଜା ବିସର୍ଜନ; କୁଆଖାଇରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ଦଶମ ପରୀକ୍ଷା ଦେବା ପୂର୍ବରୁ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ , ଯେଉଁ କୋଚିଙ୍ଗ ସେଣ୍ଟରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଆଜି କୋଚିଙ୍ଗ ସେଣ୍ଟରରେ ହୋଇଥିବା ସରସ୍ଵତୀ ପୂଜା ପରେ ବିସର୍ଜନ ପାଇଁ ଚିର ନିଦ୍ରାରେ ଦୁଇ ମେଧାବୀ ଛାତ୍ର ଆଜି ଏପିରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ସତ୍ୟଭାମାପୁର ପଞ୍ଚାୟତ ରଙ୍ଗବଜାର ନିକଟରେ ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ କୁଆଖାଇରେ ବୁଡ଼ି ପୁଣି ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି | ଆଜି ସକାଳେ ସରସ୍ବତୀଙ୍କ ମୂର୍ତ୍ତି ବିସର୍ଜନ ପାଇଁ ସାଙ୍ଗମାନଙ୍କ ସହ ସିକୁନ ଓ ଦିବ୍ୟଜ୍ୟୋତି ଆସିଥିବା ବେଳେ କୁଆଖାଇର ଗଭୀର ଗଣ୍ଡରେ ଥିବା ଚୋରା ବାଲିରେ ପଡ଼ି ଯାଇଥିଲେ |ଉଭୟ ବୁଡିଯାଉଥିଲେ ସ୍ଥାନୀୟ ମତ୍ସ୍ୟଜୀବୀ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଥିଲେ କିନ୍ତୁ ଗଭୀର ନଦୀ ଜଳରେ ଦୁହେଁ ଚାହୁଁ ଚାହୁଁ ବୁଡିଯାଇଥିଲେ|ଖବର ସମ୍ପର୍କରେ ପ୍ରଚାର ହେବା ପରେ ନଦୀ ପଠାରେ ଲୋକଙ୍କ ଭିଡ ଜମିଥିଲା |ଜଣେ ୬ ନମ୍ବର ପୁରୁଷ ବିଦ୍ୟାଳୟର ହୋଇଥିବା ବେଳେ ଅନ୍ୟଜଣେ ଛାତ୍ର କ୍ୟାପିଟାଲ ହାଇସ୍କୁଲ ର ବୋଲି ଜଣାପଡିଛି | ପିଚୁ ପଡ଼ିଆ ନିକଟରେ ଥିବା ଏକ କୋଚିଂ ସେଣ୍ଟରରୁ ୬ ଜଣ ଛାତ୍ର ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ନଦୀକୁ ଆସିଥିବା ସୂଚନା ହସ୍ତଗତ ହୋଇଛି | ବାଲିଅନ୍ତା ପୁଲିସ ଅଧିକ ତଦନ୍ତ ଜାରି ରଖିଛି | ବାଲିଅନ୍ତା ପୁଲିସ ସୂଚନା ଅନୁସାରେ ୨ ମୃତକ ହେଲେ ଭୁବନେଶ୍ୱର ୟୁନିଟ ୬ କାଳୀମନ୍ଦିର ଅଞ୍ଚଳର ଦିବ୍ୟଜ୍ୟୋତି ମହାଲିକ (୧୫) ଏବଂ ୟୁନିଟ ୬ ଗଙ୍ଗନଗର ଅଞ୍ଚଳର ସିକୁନ ସେନାପତି(୧୫) | ବାଲିଅନ୍ତା ପୁଲିସ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ପାଣି ଭିତରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି |ଆଜି ସକାଳେ ସରସ୍ବତୀଙ୍କ ମୂର୍ତ୍ତି ବିସର୍ଜନ ପାଇଁ ସାଙ୍ଗମାନଙ୍କ ସହ ସିକୁନ ଓ ଦିବ୍ୟଜ୍ୟୋତି ଆସିଥିବା ବେଳେ କୁଆଖାଇର ଗଭୀର ଗଣ୍ଡରେ ବୁଡ଼ି ଯାଇଥିଲେ | ଜଣେ ୬ ନମ୍ବର ପୁରୁଷ ବିଦ୍ୟାଳୟର ହୋଇଥିବା ବେଳେ ଅନ୍ୟଜଣେ ଛାତ୍ର କ୍ୟାପିଟାଲ ହାଇସ୍କୁଲ ର ବୋଲି ଜଣାପଡିଛି | ପିଚୁ ପଡ଼ିଆ ନିକଟରେ ଥିବା ଏକ କୋଚିଂ ସେଣ୍ଟରରୁ ୬ ଜଣ ଛାତ୍ର ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ନଦୀକୁ ଆସିଥିବା ସୂଚନା ହସ୍ତଗତ ହୋଇଛି | ବାଲିଅନ୍ତା ପୁଲିସ ଅଧିକ ତଦନ୍ତ ଜାରି ରଖିଛି |ପୂର୍ବରୁ କୁଆଖାଇ ରେ ବୁଡି ବହୁ ଧନ ଜୀବନ ନଷ୍ଟ ହୋଇଛି|ପ୍ରଶାସନ ଏହାକୁ ଗୁରୁତ୍ବର ନେବାସହ ସୂଚନା ଫଳକ ଲଗାଇଥିଲା|ଅସାମାଜିକ ଯୁବକ ଫଳକ ଗୁଡ଼ିକୁ କେଉଁଠୁ ଉପଡ଼ି ଦେଇଛନ୍ତି ତ କେଉଁଠି ଚିରି ଦେଇଛନ୍ତି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page