ସାଇବର ସଚେତନତା ନିମନ୍ତେ ମେଡ଼ିଆ ଏକାଦଶ ଓ ପୁଲିସ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ

ବାଲିଅନ୍ତା,୮|୨: ସାଇବର କ୍ରାଇମକୁ ନେଇ ସଚେତନତା ନିମନ୍ତେ କମିସନରେଟ ପୁଲିସ(ପୁଲିସ ଏକାଦଶ) ଓ ସମ୍ବାଦଦାତା(ମେଡ଼ିଆ ଏକାଦଶ ) ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ନାଗପୁରସ୍ଥିତ ଶାଗୁଆ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଟସ ଜିତି ପ୍ରଥମେ ବ୍ୟାଟିଂ କରି ମେଡ଼ିଆ ଏକାଦଶ ନିର୍ଦ୍ଧାରିତ ୧୫ ଓଭରରେ ୫ ୱେକେଟ ହରାଇ ନୃସିଂହ ମହାପାତ୍ର ଓ ସୁବାସ ପ୍ରଧାନଙ୍କ ଧୂଆଁଧାର ବ୍ୟାଟିଂ କରି ୧୭୧ ରନ କରିଥିଲା l ଜବାବରେ ପୁଲିସ ଏକାଦଶର ବ୍ୟାଟ୍ସମ୍ୟାନ ସ୍ମୃତି ରଞ୍ଜନଙ୍କ ଧୂଆଁଧାର ୧0୧ ରନ ବଳରେ ମାତ୍ର ୧୨. ୧ ବଲରେ ଏହି ବିଜୟ ଲକ୍ଷ ପୂରଣ କରିଥିଲା l ଶେଷରେ ପୁଲିସ ଏକାଦଶ ବିଜୟୀ ହୋଇଥିଲା l ଉଭୟ ବିଜୟୀ ଓ ପରାଜୟ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା l ଆଜିର ଅତିଥିଭାବେଅତିରିକ୍ତ ପୁଲିସ ଉପାୟୁକ୍ତ ସଞ୍ଜୀବ ଶତପଥି, ପୁଲିସ ଅଧିକାରିଣୀ ଅଞ୍ଜନା ଟୁଡୁ, ବାଲିଅନ୍ତା ଥାନା ଅଧିକାରୀ ରବିନ୍ଦ୍ରନାଥ ମେହେର, ମିଲ୍କ ମୁ ର ସାଧାରଣ ପରିଚାଳକ ରବିନ୍ଦ୍ର ମହାରଣା, ସୂର୍ଯ୍ୟପ୍ରଭା ସମ୍ପାଦକ ରାମଚଣ୍ଡୀ ପ୍ରସାଦ ରଣସିଂ, ସାମ୍ବାଦିକ ଜିତେନ୍ଦ୍ର ସାହୁ, ଦିଲ୍ଲୀପ ସ୍ୱାଇଁ, ଅମିତି କଲେଜ ନିର୍ଦ୍ଦେଶକ ତ୍ରିଦେବ ମହାନ୍ତି, ଆଇନୀଜୀବୀ ରାକେଶ କୁମାର ପ୍ରଧାନ, ଗଣେଶ ମଲିଆ ପ୍ରମୁଖ ଯୋଗଦେଇ ଉଭୟ ଦଳକୁ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ l ରାଜ୍ୟର ଆଇନୀଶୃଙ୍ଖଳା ଓ ଖବରର ପ୍ରଚାର ପ୍ରସାର କରିବାରେ ନିଜ କର୍ମଉପରେ ଉଭୟ ପୁଲିସ ଓ ସମ୍ବାଦଦାତା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଥିବା ବେଳେ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବାହାର କରି ଉଭୟଙ୍କ ବନ୍ଧୁତ୍ୱପୂର୍ଣ୍ଣ ଖେଳ ଦେଖେଣାହାରିଙ୍କୁ ବେଶ ଆନନ୍ଦ ଦେଇଥିଲା l ଆଜିର ଖେଳକୁ ନାଗପୁର କ୍ରିକେଟ ଟିମ ପରିଚାଳନା କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page