ସୋମଶ୍ରୀଙ୍କ ଆତ୍ମଦାହ ଘଟଣା: ଦାୟୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେଉ : ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: ଫକୀର ମୋହନ କଲେଜ କ୍ୟାମ୍ପସରେ କଲେଜ ଛାତ୍ରୀ ସୋମଶ୍ରୀ ବିଶ୍ୱାଳଙ୍କ ଆତ୍ମଦାହ ଘଟଣା ଅତ୍ୟନ୍ତ ନିନ୍ଦନୀୟ, ଦୁର୍ଭାଗ୍ୟ ଜନକ ଓ଼ ଲଜ୍ଜ୍ୟା ଜନକ ଘଟଣା l ଏଥିରେ ଦୃଢ଼, ତ୍ୱରିତ, ତୁରନ୍ତ ଓ଼ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଓଡିଶା ଅଭିଭାବକ ମହାସଂଘ ଦାବୀ କରିଛି l । ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଏବଂ ଏଚ୍ଓଡି ସମୀରା କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି। ମାମଲାକୁ ଠିକ୍ ଭାବରେ ପଦକ୍ଷେପ ନନେବା ପାଇଁ ପ୍ରିନ୍ସିପାଲଙ୍କୁ ନିଲମ୍ବିତ କରାଯାଇଛି।ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି, “କଲେଜର ଅଧ୍ୟକ୍ଷ ଭାବରେ ଦିଲୀପ ଘୋଷ ତାଙ୍କ କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଥିବାରୁ ତାଙ୍କୁ ନିଲମ୍ବନ କରାଯାଇ ଛି l, ବାଲେଶ୍ୱରର ଏଫ.ଏମ. କଲେଜର ବି ଏଡ଼ ଶିକ୍ଷା ବିଭାଗର ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ଦ୍ୱାରା କରାଯାଇଥିବା ଅଶାଳୀନ ଇଙ୍ଗିତ,ଆଚରଣ ଦୁର୍ବ୍ୟବହାରରେ ଅତିଷ୍ଟ ହୋଇ ସୋମଶ୍ରୀ ବିଶ୍ୱାଲ ନିଜକୁ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଦ୍ୱିତୀୟ ବର୍ଷର ସମନ୍ୱିତ ବି.ଏଡ୍ ପଢ଼ୁଥିବା ଛାତ୍ରୀ ବିଶ୍ୱାଲ, ବିଭାଗୀୟ ମୁଖ୍ୟ (ଏଚ୍ଓଡି)ଙ୍କ ଦ୍ୱାରା କରାଯାଇଥିବା ଦୁର୍ବ୍ୟବହାରର ପାଇଁ ପୂର୍ବରୁ ପ୍ରିନ୍ସିପାଲ ଙ୍କୁ ଜଣାଇଥିଲେ l ଏହି ମାମଲା ଅତ୍ୟନ୍ତ ଜଘନ୍ୟ କାରଣ ଏହି ଘଟଣା ସମ୍ପର୍କ ରେ ସ୍ଥାନୀୟ ସାଂସଦ ମଧ୍ୟ ଅବଗତ ହୋଇ ତୁରନ୍ତ ପଦକ୍ଷେପ ସହ କାର୍ଯ୍ୟାନୁଷ୍ଠାନ ପାଇଁ କର୍ତ୍ତୃପକ୍ଷ ଙ୍କୁ ଜଣାଇଥିଲେ l ସେପଟେ ଏହା ଭାରତ ବର୍ଷର ଗୁରୁ ଶିଷ୍ୟା ପରମ୍ପରା ଓ଼ ସମ୍ପର୍କ ପ୍ରତି ଚରମ ଆଘାତ ସୃଷ୍ଟି କରୁଛି l ଅଭିଭାବକ ମାନଙ୍କ ପାଇଁ ଏହି ଘଟଣା ଅତ୍ୟନ୍ତ ସ୍ପର୍ଶକତାର ବିଷୟ ହୋଇ ଥିବାରୁ ଘଟଣା ରେ ସମ୍ପୃକ୍ତ ଓ଼ ଦାୟିତ୍ୱ ହୀନ କାର୍ଯ୍ୟ ପାଇଁ ଦୋଷୀ ସବୁ ବ୍ୟକ୍ତିଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରି ତୁରନ୍ତ ଗିରଫ ପାଇଁ ମହାସଙ୍ଘ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ମହାସଚିବ ଅଶୋକ ପାଇକରାୟ ଦାବୀ କରିଛନ୍ତି l ଏଥି ସହିତ ଏହି ମାମଲା ରେ ସଠିକ କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ମହାସଂଘ ଉପଦେଷ୍ଟା ମନୋଜ ଜେନା ଜଣାଇଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page