ସ୍ନାନ ମଣ୍ଡପରେ କାଳିଆ ସାଆନ୍ତ ୧୦୮ ଗରା ଜଳରେ ଦିବ୍ୟ ସ୍ନାନ

ଜୟ ଜଗନ୍ନାଥ। ସ୍ନାନ ମଣ୍ଡପରୁ ଶ୍ରୀଜୀଉମାନଙ୍କ ଦିବ୍ୟ ଦର୍ଶନ କରି ଆହ୍ଲାଦିତ ସାରା ବିଶ୍ୱ। ବର୍ଷସାରା ରତ୍ନବେଦୀରେ ମହାପ୍ରଭୁଙ୍କର ବିମ୍ବ ସ୍ନାନ କରାଯାଉଥିବା ବେଳେ, ଆଜି ଜ୍ୟେଷ୍ଠ ପୂର୍ଣ୍ଣିମାର ଏହି ପବିତ୍ର ତିଥିରେ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିଛନ୍ତି ବଡ଼ଠାକୁର, ମହାପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରା। ​୧୦୮ ଗରା ସୁବାସିତ ପବିତ୍ର ଜଳରେ ସ୍ନାନ କରିଛନ୍ତି ଶ୍ରୀଜିଉ। ଆଉ ଏହାପରେ ସମସ୍ତ ଭକ୍ତଙ୍କୁ ଦର୍ଶନ ଦେବାକୁ ଯାଉଛନ୍ତି ତିନି ଠାକୁରଙ୍କ ଅତି ପ୍ରିୟ ‘ଗଜବେଶ’। ଶ୍ରୀକ୍ଷେତ୍ର ଜନସମୁଦ୍ରରେ ପରିଣତ ହୋଇଥିବା ବେଳେ, ହରିବୋଲ ଏବଂ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ସାରା ପରିବେଶ। ମହାପ୍ରଭୁଙ୍କର ଏହି ଦିଲ୍ଲର୍ଲଭ ଗଜବେଶ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି…”!
ପ୍ରିୟବ୍ରତ ବାରିକ (ଉତ୍କଳ ବୁଲେଟିନ୍‌)

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page