ସ୍ୱର୍ଗତଃ ପ୍ରାଣନାଥ ପଟନାୟକଙ୍କ ୫୫ ତମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ, ବିପ୍ଳବୀ, ପ୍ରାକ୍ତନ ବିଧାୟକ, କୃଷି ଓ କୃଷକ ଆନେ୍ଦାଳନର ସମର୍ପିତ କାଣ୍ଡାରୀ, ଶିକ୍ଷାବିତ, ସଂଗଠକ ସ୍ୱର୍ଗତଃ ପ୍ରାଣନାଥ ପଟନାୟକଙ୍କ ୫୫ ତମ ଶ୍ରାଦ୍ଧବାର୍ଷିକରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଖାରବେଳନଗର ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପଥପ୍ରାନ୍ତ ସ୍ମତିଚାତଣ ସଭାରେ ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଥିଲେ ଯେ ପ୍ରାଣନାଥ ପଟ୍ଟନାୟକ କେବଳ ଜଣେ ବ୍ୟକ୍ତି ନ ଥିଲେ, ସେ ଥିଲେ ଏକାଧାରରେ ମହାନ ବିପ୍ଳବୀ, ସାଧାରଣ ଜନତାଙ୍କ ହୃଦୟର କଥାକୁ ବୁଝି ପାରୁଥିବା ଜନନେତା, ପ୍ରାକ୍ତନ ବିଧାୟକ, ଶିକ୍ଷାବିତ, ସଂଗଠକ, ସାମ୍ବାଦିକ ସହିତ କୃଷକ ଓ ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ ଦିଗରେ ଚେଷ୍ଟିତ ବ୍ୟକ୍ତିତ୍ୱ । ୪୫ ଦିନ ଅନଶନ କରିବା ସହିତ ୬ ମାସ ସ୍ୱାଧୀନତା ପାଇଁ କାରାବରଣ କରିଥିଲେ । ଗରିବ, ଖଟିଖିଆ ତଥା ଅବହେଳିତ ବ୍ୟକ୍ତିଙ୍କ ପାଇଁ ତାଙ୍କ ହୃଦୟ ସର୍ବଦା ବିଚଳିତ ହେଉଥିଲା । ପ୍ରାଣନାଥ ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ରତିଷ୍ଠା ସହିତ ସେ ଜଡିତ ଥିଲେ । ରାଜଧାନୀ ଇପକଣ୍ଠର ପଟିଆ ବନ୍ଧ ଯାହା ଦ୍ୱାରା ହଜାର ହଜାର ପତିତ ଜମିର ବିକାଶ ହୋଇଛି ଆଜି, ହେଉଛି ତାଙ୍କର ଅବଦାନ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ପ୍ରଦୋଷ ପଟନାୟକ, ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, କମ୍ୟୁନିଷ୍ଟ ନେତା ବସନ୍ତ ପାଇକରାୟ, ସୁବାର୍ତ୍ତାର ବାର୍ତ୍ତା ସମ୍ପଙ୍କଦକ ଓ ସାମାଜିକ କର୍ମୀ କ୍ରାନ୍ତି କୁମାର ସାକ୍ସେନା, ବରିଷ୍ଠ ସମାଜସେବୀ ମନୋରଞ୍ଜନ ମହାନ୍ତି, ପ୍ରବୀର ମହାନ୍ତି,ଦୁର୍ଗା ସାମନ୍ତରାୟ, ସାମ୍ବାଦିକ ଦିଲୀପ ହାଲି, ସତ୍ୟନାରାୟଣ ମହାନ୍ତି, ଅରୁଣ ବିଶ୍ୱାଳ, ସତ୍ୟବ୍ରତ ଜେନା, ସ୍ଥାନୀୟ କର୍ପୋରେଟର ରଞ୍ଜୁଲତା ରାୟ ପ୍ରମୁଖ ଉପସ୍ଥିତ ରହିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଓ ତାଙ୍କର ବହୁମୁଖି ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ । ଲାଲ ବାହାଦୂର ଶାସ୍ତ୍ରୀଙ୍କ ସହିତ ସଂପର୍କିତ ଥିବା ଏହି ମହାନ ବିଭୂତି ସ୍ୱର୍ଗତଃ ପ୍ରାଣନାଥଙ୍କ ସଂପର୍କରେ ଇତିହାସ ତଥା ପାଠ୍ୟ ପୁସ୍ତକମାନଙ୍କରେ ବିସ୍ତୃତ ଓ ବ୍ୟାପକ ଭାବରେ ତଥ୍ୟ ସ୍ଥାନିତ କରିବା ପାଇଁ ସରକାର ଉଦ୍ୟମ କରନ୍ତୁ ବୋଲି ସର୍ବସମ୍ମତ ମତ ପ୍ରକାଶ ସହ ଦାବି ଉପସ୍ଥାପନ କରାଯାଇଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page