ବାଲିଅନ୍ତା, ୫|୨ : କଳା ସଂସ୍କୃତିର ରାଜ୍ୟ ହେଉଛି ଓଡ଼ିଶା । ତନ୍ମଧ୍ୟରୁ ରାଜଧାନୀ ମନ୍ଦିର ମାଳିନୀ ଭୁବନେଶ୍ୱର ନିକଟସ୍ଥ କୂଆଖାଇ ନଦୀ କୂଳରେ ତଥା ବାଲିଅନ୍ତା ବ୍ଲକ ଅଧିନସ୍ଥ ବିଶ୍ଵ ପ୍ରସିଦ୍ଧ ତନ୍ତ୍ରପୀଠ ଚଉଷଠି ଯୋଗିନୀ ନିକଟରେ ଥିବା ଏକ ଛୋଟିଆ ଗାଁ ଯଶୁଆପୁରରେ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ ଅଷ୍ଟମ ଯାଶୁଆପୁର ମହୋତ୍ସବ l ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଧାୟକ, ମନ୍ତ୍ରୀ ମାନଙ୍କ ସହ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି ୨ ଦିନର କାର୍ଯ୍ୟକ୍ରମ ମଧ୍ୟରେ ଓଡ଼ିଶୀ, ସମ୍ବଲପୁରୀ, ଗୋଟିପୁଅ ଆଦି ପାରମ୍ପରିକ ନୃତ୍ୟ ସହ ମେଲୋଡି କାର୍ଯ୍ୟକ୍ରମ ମଧ୍ୟ ରହିଛି । ଆହୁରି ମଧ୍ୟ ସମାଜ ସେବା କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିବିଶେଷ ମାନଙ୍କୁ “ଆମ ଯଶୁଆପୁର” ସମ୍ମାନରେ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଆଜିର କାର୍ଯ୍ୟକ୍ରମରେ ଆମେ ମହୋତ୍ସବର ଜର୍ଶି ଓ ପୋଷ୍ଟର ଏବଂ ଯଶୁଆପୁର ଉପରେ ଦ୍ଵିତୀୟ ଗୀତ ‘ଆମ ଯଶୁଆପୁର’ ଆଜି ରିଲିଜ ହୋଇଛି ବୋଲି ଆଜି ବାଳକାଟି ସ୍ଥିତ ଶ୍ରୀ କନଭେନସନରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏହାର ଆୟୋଜକ ଯୁବ ସ୍ବେଛାସେବୀ ରଞ୍ଜନ କୁମାର ମହାପାତ୍ର l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବର ଉପଦେଷ୍ଟା ବିଧୁଭୂଷଣ ପଟ୍ଟନାୟକ, ସରପଞ୍ଚ ରମାଲତା ନାୟକ, ଶିକ୍ଷାବିତ ନାରାୟଣ ବେହେରା, ଦୀନବନ୍ଧୁ ଭୋଇ, ସମବାୟବିତ ନଳିନୀକାନ୍ତ ମହାପାତ୍ର, ଯୁବନେତା ପ୍ରିୟବ୍ରତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l