ଅଙ୍ଗନବାଡି କେନ୍ଦ୍ରର ନୂତନ ଗୃହ ଉଦଘାଟିତ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିନ ପ୍ରତାପଶାସନ ପଞ୍ଚାୟତ ରଙ୍ଗଣୀସାହି ଅଙ୍ଗନବାଡି କେନ୍ଦ୍ରର ନୂତନ ଗୃହ ଉଦଘାଟିତ ହୋଇଯାଇଛି l ନାଏବ ସରପଞ୍ଚ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଯଥା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଗୃହ ପ୍ରବେଶ କରାଯାଇଥିଲା l ଏହି ଉଦଘାଟନ ଉତ୍ସବରେ ସ୍ଥାନୀୟ ସରପଞ୍ଚ ରୀନା ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରୀ, ସିଡିପିଓ, ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପର୍ଯ୍ୟବେକ୍ଷକ ସୌମ୍ୟା ସୁଚରିତା, ପୂର୍ବତନ ସରପଞ୍ଚ ବସନ୍ତ କୁମାର ସାହୁ, ଶିକ୍ଷାବିତ କାହ୍ନୁଚରଣ ପୃଷ୍ଟି, ରଘୁନାଥ ସାହୁ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିତିସ ରାଉତରାୟ ସମେତ ବିଭିନ ୱାର୍ଡର ୱାର୍ଡ ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ସମ୍ପୃକ୍ତ କେନ୍ଦ୍ରର ଅଙ୍ଗନବାଡି କର୍ମୀ ନିଲିମା ପୃଷ୍ଟି ପରିଚାଳନା କରିଥିଲେ l ପ୍ରକାଶଥାଉକି ୭ ଲକ୍ଷ ଟଙ୍କାରେ ଏହି କେନ୍ଦ୍ର ନିର୍ମାଣ କରାଯାଇଛି l ଏଥିରେ ଏକ ଶ୍ରେଣୀ ଗୃହ ସହ ରୋଷ ଘର, ଶୌଚାଳୟ ଏବଂ ଷ୍ଟୋରରୁମ ନିର୍ମାଣ କରାଯାଇଛି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page