ଅଚ୍ୟୁତ ସାମନ୍ତ ଙ୍କ ଗିରଫ ଦାବି କଲା ଏବିଭିପି

ଭୁବନେଶ୍ୱର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନେଶ୍ୱର ଆଜି ପୁଣି ଥରେ କିଟ୍ ବିଶ୍ଵବିଦ୍ୟାଳୟ ରେ ହୋଇଥିବା ନିନ୍ଦନୀୟ ଏବଂ ଅମାନବୀୟ ଘଟଣା ବିରୁଦ୍ଧରେ ରାଜରାସ୍ତାରେ ଗର୍ଜିଛି । କିଟ୍ ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଏବଂ ନେପାଳୀ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ହୋଇଥିବା ଅମାନବୀୟ ଘଟଣାକୁ ବିରୋଧ କରି ଆଜି ଏବିଭିପିର କାର୍ଯ୍ୟକର୍ତ୍ତାମାନେ ବିଧାନ ସଭା ଘେରାଉ କରିଛନ୍ତି। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଶ୍ବବିଦ୍ୟାଳୟ ରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଯେପରି ଭାବରେ ଧମକ ଦିଆଯାଇଥିଲା ଏବଂ ମାଡ଼ ମାରି ବିଶ୍ୱବିଦ୍ୟାଳୟ ପରିସର ରୁ ତଡି ଦିଆଯାଇଥିଲା ତାହା ଅତ୍ୟନ୍ତ ଦୁଃଖଦାୟକ । ଛାତ୍ର ଛାତ୍ରୀ ମାନଙ୍କୁ ମାଡ଼ ମାରିବା ସହିତ ସେମାନଙ୍କ ଦେଶ ବିଷୟରେ ଅନେକ ପ୍ରକାର ର ଗାଳି ଗୁଲଜ କରିବାର ଭିଡିଓ ମଧ୍ୟ ସାମ୍ନା କୁ ଆସିଛି। କିଟ୍ ବିଶ୍ୱବିଦ୍ୟାଳୟ ର ମୁଖ୍ୟ ଅଚ୍ୟୁତ ସାମନ୍ତ ଏବଂ ଘଟଣାରେ ସାମିଲ ଥିବା ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଦ୍ୟାର୍ଥୀ ପରିଷଦ ଦାବି କରିଛି। ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଏବଂ ନେପାଳୀ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ଏପରି ଘଟଣା ସମଗ୍ର ଦେଶର ସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ଆନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ନିନ୍ଦା ଆଣିଦେଇଛି। ଏପରି କାର୍ଯ୍ୟବିରୁଦ୍ଧ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶାବ୍ୟାପୀ ବିକ୍ଷୋଭ କରିବା ସହ ଆଜି ବିଧାନସଭା ଘେରାଉ କରି ସଂପୃକ୍ତ ଅଭିଯୁକ୍ତମାନଙ୍କ ଗିରଫ ଦାବି କରିଛି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page