ଅମଲାଭବନ ଠାରେ ଅନ୍ତଃରାଷ୍ଟ୍ରୀୟ କିନ୍ନର ଦିବସ ପାଳନ 

ଭବାନିପାଟଣା, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସହରର ଅମଲାଭବନ ଠାରେ ଡିଏସ୍ଏସ୍ଓ ଙ୍କ ନେତୃତ୍ବରେ କଳାହାଣ୍ଡି ଜିଲ୍ଲା ର ସମସ୍ତ କିନ୍ନର ମାନଙ୍କୁ ନେଇ ଅନ୍ତଃକରରାଷ୍ଟ୍ରୀୟ କିନ୍ନର ଦିବସ ପାଳନ କରାଯାଇଅଛି।ଏଠାରେ ମୁଖ୍ୟ ଅତିଥି ଭାବେ ଡିଏସ୍ଏସ୍ଓ, ଭବାନୀପାଟଣା ଯୋଗ ଦେଇଥିବାବେଳେ ଅତିଥି ଭାବରେ କାମିନୀ କିନ୍ନର, (କଳାହାଣ୍ଡି ଜିଲ୍ଲା କିନ୍ନର ସଂଘ, ସଭାନେତ୍ରୀ) ଯୋଗଦେଇଥିଲେ। ଅଜିତ କୁମାର ମହାନ୍ତି (ଲୋକସେବକ, ଏନ୍ଜିଓ ଭବାନୀପାଟଣା ) ରାକେଶ ନାଏକ
(ଦାପ୍ତା ପୋଜେକ୍ଟ ମେନେଜର ଭବାନୀପାଟଣା) ବୁଲବୁଲ କିନ୍ନର ସପୋଟିଂ ଷ୍ଟାଟ ଏନ୍ଏସି ଧର୍ମଗଡ
ସପନକୁମାର ବେହେରା (ଭବାନୀପାଟଣା) ଙ୍କ ଦ୍ୟାରା କିନ୍ନର ମାନଙ୍କର ଅଧିକାର ଉପରେ ଆଲୋଚନା କରାଗଲା ଓ କିନ୍ନର ମାନେବି, କିଛି କଥା ଡି,ଏସ୍ଏସ୍ଓ ଙ୍କୁ କହିଥିଲେ, ଜିଲ୍ଲା ପ୍ରାଶାସନ କିନ୍ନର ମାନଙ୍କୁ କିଛି ରୋଜଗାର ଯୋଗାଇ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ ଓ କଳାକାର କିନ୍ନର ମାନକୁ ବି କଳାହାଣ୍ଡି ଉତ୍ସବରେ ସୁଯୋଗ ଦିଅନ୍ତୁ ବୋଲି କହିଥିଲେ ଓ ମୌଲିକ ଅଧିକାରରେ ସମସ୍ତ କିନ୍ନରଙ୍କୁ ସହାୟତା ମିଲୁ ବୋଲି କଳାହାଣ୍ଡିର କିନ୍ନର ମହାସଂଘର ସଭାନେତ୍ରୀ କାମିନୀ କିନ୍ନର କହିଥିଲେ ଓ ଡିଏସ୍ଏସ୍ଓ ଙ୍କ ନେତୃତ୍ଵରେ କିଛି କିନ୍ନରଙ୍କୁ, ଟିଜି, ଆଇଡି କାର୍ଡ ବଣ୍ଟନ କରାଯାଇଥିଲା । ସଭାଟିକୁ ବିଶେଷ ଭାବରେ ଅରୁଣ ମହାପାତ୍ର ଓସୁଜିତ୍ କୁମାର ସାହୁ (ଜୁନିୟର ଆସିଷ୍ଟାଣ୍ଡ ଡି ଏସ୍ଏସ୍ଓ, ଭବାନୀପାଟଣାରେ ସହଯୋଗ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page