ଆଚାର୍ଯ୍ୟ ହରିହର ଜୟନ୍ତୀ ପାଳିତ

ପୁରୀ: ଆଚାର୍ଯ୍ୟ ହରିହରଙ୍କ ଜୀବନୀ ଓ ଆଦର୍ଶ ସେବା,ସମର୍ପଣ ଓ ତ୍ୟାଗ ର ଶିକ୍ଷା ଦିଏ।ତାଙ୍କ ଭଲ ମଣିଷ ହୁଅର ଆହ୍ଵାନ ପ୍ରତ୍ୟେକ ମଣିଷ ଚରିତ୍ର କୁ ସବୁଦିନ ସଂସ୍କାରିତ କରି ଚାଲିଥିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ମତବ୍ୟକ୍ତ କରିଛନ୍ତି।ଆଜି ଅପରାହ୍ନରେ ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକ ସମ୍ପର୍କ ବିଭାଗ, କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ସଦାଶିବ, ପୁରୀ ଓ ଆଚାର୍ଯ୍ୟ ହରିହର ସ୍ମୃତି ସଂସଦ ପକ୍ଷରୁ ଆଚାର୍ଯ୍ୟ ହରିହର ଙ୍କ ୧୪୬ ତମ ଜୟନ୍ତୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଆଚାର୍ଯ୍ୟ ହରିହର ଙ୍କ ବାଗ୍ନୀତା, ମେଧା ଓ ବୁଦ୍ଧିମତା ଅନନ୍ୟ ବୋଲି କହିବା ସହ ତାଙ୍କ ଆଦର୍ଶ ଓ ଜୀବନ ଦର୍ଶନ ସମଗ୍ର ମାନବ ଜାତିର ପ୍ରେରଣା ର ଉତ୍ସ ବୋଲି କହିଥିଲେ।ଜଣେ ଜ୍ଞାନୀ, ଗୁଣୀ ହୋଇ ମଧ୍ୟ ସେ ଅତି ସାଧାରଣ ଜୀବନ ଯାପନ କରିବା ସହ ଛୁଆଁ ଅଛୁଆଁ ଭେଦଭାବ ବିରୋଧରେ ସଂଗ୍ରାମ କରିଥିଲେ।ତାଙ୍କ ଆଚରଣ ଓ ଉଚ୍ଚାରଣରେ ପ୍ରଭେଦ ନ ଥିଲା ବୋଲି ଶ୍ରୀ ବେହେରା କହିଥିଲେ।କେନ୍ଦ୍ରୀୟ ସଂସ୍କୃତ ବିଶ୍ବ ବିଦ୍ୟାଳୟ ସଦାଶିବ ର ନିର୍ଦ୍ଦେଶକ ପ୍ରଫେସର ବନମାଳୀ ବିଶ୍ୱାଳ ଆଚାର୍ଯ୍ୟ ହରିହର ଙ୍କ ଜୀବନ ଓ ଜୀବନ ଚର୍ଯ୍ୟା ଅତ୍ୟନ୍ତ ସରଳ ଓ ନିରାଡମ୍ବର ରହିଥିଲା ସତ ହେଲେ ତାଙ୍କ ଆଦର୍ଶ ଓ ଚରିତ୍ର ଉଚ୍ଚ ମୂଲ୍ୟବୋଧ ଳ ପ୍ରତୀକ ଥିଲା ବୋଲି କହିଥିଲେ।ଶିକ୍ଷାବିତ ରଘୁନାଥ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହ ରେ ପୁରୀ ମୁନିସିପାଲ୍ଟି ର ଏନଫୋର୍ସମେଣ୍ଟ ଅଫିସର ଲିପ୍ସା ରାୟ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ପ୍ରାରମ୍ଭରେ ଆଚାର୍ଯ୍ୟ ହରିହର ସ୍ମୃତି ସଂସଦର ସମ୍ପାଦକ ଶିବ ପ୍ରସାଦ ମିଶ୍ର ସ୍ବାଗତ ଅଭିଭାଷଣ ପ୍ରଦାନ ସହ ସର୍ବୋଦୟ ପ୍ରାର୍ଥନା ପରିବେଷଣ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ସଭା ପରିଚାଳନା କରିଥିଲେ। ଶେଷରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ବ ବିଦ୍ୟାଳୟ ର ପ୍ରାଧ୍ୟାପକ ଡଃ ସୁଶାନ୍ତ କୁମାର ରାଜ ଧନ୍ୟବାଦ ଅର୍ପଣ କରିଥିଲେ।ଅତିଥି ମାନେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ଛାତ୍ର ବୃତ୍ତି ପାଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ସଭା ପୂର୍ବରୁ ଅତିଥି ମାନେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଓ ଆଚାର୍ଯ୍ୟ ହରିହର ଙ୍କ ଫଟୋ ଚିତ୍ର ରେ ମାଲ୍ଯାର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ସମାଜସେବୀ, ବରିଷ୍ଠ ନାଗରିକ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସଦାଶିବ ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।
ସେହିପରି ପୂର୍ବାହ୍ନରେ ସି ବିଚ ଥାନା ହରିହର ଛକ ଠାରେ ଥିବା ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି ରେ ଅତିଥି ମାନଙ୍କ ଦ୍ଵାରା, ସମାଜସେବୀ ଓ ବରିଷ୍ଠ ନାଗରିକ ମାନଙ୍କ ଦ୍ୱାରା ମାଲ୍ଯାର୍ପଣ କରାଯାଇଥିଲା।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page