ପୁରୀ: ଆଚାର୍ଯ୍ୟ ହରିହରଙ୍କ ଜୀବନୀ ଓ ଆଦର୍ଶ ସେବା,ସମର୍ପଣ ଓ ତ୍ୟାଗ ର ଶିକ୍ଷା ଦିଏ।ତାଙ୍କ ଭଲ ମଣିଷ ହୁଅର ଆହ୍ଵାନ ପ୍ରତ୍ୟେକ ମଣିଷ ଚରିତ୍ର କୁ ସବୁଦିନ ସଂସ୍କାରିତ କରି ଚାଲିଥିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ମତବ୍ୟକ୍ତ କରିଛନ୍ତି।ଆଜି ଅପରାହ୍ନରେ ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକ ସମ୍ପର୍କ ବିଭାଗ, କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ସଦାଶିବ, ପୁରୀ ଓ ଆଚାର୍ଯ୍ୟ ହରିହର ସ୍ମୃତି ସଂସଦ ପକ୍ଷରୁ ଆଚାର୍ଯ୍ୟ ହରିହର ଙ୍କ ୧୪୬ ତମ ଜୟନ୍ତୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଆଚାର୍ଯ୍ୟ ହରିହର ଙ୍କ ବାଗ୍ନୀତା, ମେଧା ଓ ବୁଦ୍ଧିମତା ଅନନ୍ୟ ବୋଲି କହିବା ସହ ତାଙ୍କ ଆଦର୍ଶ ଓ ଜୀବନ ଦର୍ଶନ ସମଗ୍ର ମାନବ ଜାତିର ପ୍ରେରଣା ର ଉତ୍ସ ବୋଲି କହିଥିଲେ।ଜଣେ ଜ୍ଞାନୀ, ଗୁଣୀ ହୋଇ ମଧ୍ୟ ସେ ଅତି ସାଧାରଣ ଜୀବନ ଯାପନ କରିବା ସହ ଛୁଆଁ ଅଛୁଆଁ ଭେଦଭାବ ବିରୋଧରେ ସଂଗ୍ରାମ କରିଥିଲେ।ତାଙ୍କ ଆଚରଣ ଓ ଉଚ୍ଚାରଣରେ ପ୍ରଭେଦ ନ ଥିଲା ବୋଲି ଶ୍ରୀ ବେହେରା କହିଥିଲେ।କେନ୍ଦ୍ରୀୟ ସଂସ୍କୃତ ବିଶ୍ବ ବିଦ୍ୟାଳୟ ସଦାଶିବ ର ନିର୍ଦ୍ଦେଶକ ପ୍ରଫେସର ବନମାଳୀ ବିଶ୍ୱାଳ ଆଚାର୍ଯ୍ୟ ହରିହର ଙ୍କ ଜୀବନ ଓ ଜୀବନ ଚର୍ଯ୍ୟା ଅତ୍ୟନ୍ତ ସରଳ ଓ ନିରାଡମ୍ବର ରହିଥିଲା ସତ ହେଲେ ତାଙ୍କ ଆଦର୍ଶ ଓ ଚରିତ୍ର ଉଚ୍ଚ ମୂଲ୍ୟବୋଧ ଳ ପ୍ରତୀକ ଥିଲା ବୋଲି କହିଥିଲେ।ଶିକ୍ଷାବିତ ରଘୁନାଥ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହ ରେ ପୁରୀ ମୁନିସିପାଲ୍ଟି ର ଏନଫୋର୍ସମେଣ୍ଟ ଅଫିସର ଲିପ୍ସା ରାୟ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ପ୍ରାରମ୍ଭରେ ଆଚାର୍ଯ୍ୟ ହରିହର ସ୍ମୃତି ସଂସଦର ସମ୍ପାଦକ ଶିବ ପ୍ରସାଦ ମିଶ୍ର ସ୍ବାଗତ ଅଭିଭାଷଣ ପ୍ରଦାନ ସହ ସର୍ବୋଦୟ ପ୍ରାର୍ଥନା ପରିବେଷଣ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ସଭା ପରିଚାଳନା କରିଥିଲେ। ଶେଷରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ବ ବିଦ୍ୟାଳୟ ର ପ୍ରାଧ୍ୟାପକ ଡଃ ସୁଶାନ୍ତ କୁମାର ରାଜ ଧନ୍ୟବାଦ ଅର୍ପଣ କରିଥିଲେ।ଅତିଥି ମାନେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ଛାତ୍ର ବୃତ୍ତି ପାଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ସଭା ପୂର୍ବରୁ ଅତିଥି ମାନେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଓ ଆଚାର୍ଯ୍ୟ ହରିହର ଙ୍କ ଫଟୋ ଚିତ୍ର ରେ ମାଲ୍ଯାର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ସମାଜସେବୀ, ବରିଷ୍ଠ ନାଗରିକ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସଦାଶିବ ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।
ସେହିପରି ପୂର୍ବାହ୍ନରେ ସି ବିଚ ଥାନା ହରିହର ଛକ ଠାରେ ଥିବା ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି ରେ ଅତିଥି ମାନଙ୍କ ଦ୍ଵାରା, ସମାଜସେବୀ ଓ ବରିଷ୍ଠ ନାଗରିକ ମାନଙ୍କ ଦ୍ୱାରା ମାଲ୍ଯାର୍ପଣ କରାଯାଇଥିଲା।
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ବୋଲଗଡ଼ ମଣ୍ଡଳରେ ଉଲ୍ଲାସ ସମ୍ବର୍ଦ୍ଧନା ସମାରୋହ ଏବଂ କ୍ରୀଡାପ୍ରତିଯୋଗିତା ନିମିତ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଚିଲିକା, ୨୮।୮: ଶୁକ୍ରବାର ଦିନ ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ ପିଏମ ଶ୍ରୀ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଓ ଶିକ୍ଷକ ସୁସ୍ମିକାନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
ନାଚୁଣୀ ସମବାୟ ସମିତିରେ ଚାଷୀ ପଞ୍ଜିକରଣ ଏକ ପ୍ରହସନ
ଚିଲିକା, ୨୭। ୮: ଚ଼ଳିତବର୍ଷ ବାଣପୁର ବ୍ଳକ ଅନ୍ତର୍ଗତ ନାଚୁଣୀ ସେବା ସମବାୟ ସମିତି ଅଧିନରେ ଥିବା ଚାଷୀମାନଙ୍କର ଚାଷୀ ପଞ୍ଜିକରଣ ନିମନ୍ତେ କରାଯାଉଥିବା ପଞ୍ଜିକରଣ ଏକ ପ୍ରହସନରେ ପରିଣତ ହୋଇଛି । ଆଗାମୀ ବର୍ଷ ଅମଳ ପରେ ମଣ୍ଡିରେ ଚାଷୀମାନେ
ଜାଗୃତିକା ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ।
ଟାଙ୍ଗୀ,୨୭|୮(ନି.ପ୍ର)ନାଚୁଣୀସ୍ଥ ଅଗ୍ରଣୀ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ 'ଜାଗୃତିକା' ତରଫରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ ତମ ଜୟନ୍ତୀ ଭବାନୀପୁରସ୍ଥ କବି କୁଟୀର ଠାରେ ପାଳିତ ହୋଇଯାଇଅଛି । ପ୍ରାରମ୍ଭରେ ଉପସ୍ଥିତ ଥିବା ସଦସ୍ୟମାନେ ସ୍ଵଭାବ କବି ଗଙ୍ଗାଧର
ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ।
ଚିଲିକା, ୨୭ । ୮: ଆଜି ପୂର୍ବାହ୍ମ ୧୦.୩୦ ମିନିଟ ସମୟରେ ଶ୍ରୀ ସତ୍ୟସାଇ ସେବା ସମିତି, ବାଣପୁର ଠାରେ ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ" ଗୋ ପୂଜନ ଓ ସମ୍ବର୍ଦ୍ଧନା"ଏବଂ ଶ୍ରୀ ସତ୍ୟସାଇ ବାଳ ବିକାଶ ଛାତ୍ର ,ଛାତ୍ରୀ ମାନଙ୍କ
ଓଡିଶା ଉଦ୍ୟୋଗୀ ପରିବାରର ଉଦ୍ୟମ ବେଶ ପ୍ରଶଂସନୀୟ
ଭୁବନେଶ୍ୱର ତା 27/08/26 ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ସମୀକ୍ଷା ବୈଠକ ଅଧ୍ୟକ୍ଷ, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଶ୍ରୀକାନ୍ତ ଶେଖର ସାହୁ ଙ୍କ ସଂଯୋଜନାରେ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l
ବିହାରରୁ ଗିରଫ ହେଲେ ପ୍ରକାଶ ପାଶୱାନ: ସର୍କିଟ ହାଉସ୍ ମାମଲାରେ ମିଳିପାରେ ଗୁରୁତ୍ୱପୂର୍ଣ୍ଣ ସୂଚନା
ରାଉରକେଲା: ଦୀର୍ଘ ସମୟ ଧରି ଫେରାର ଥିବା ସର୍କିଟ ହାଉସ୍ ମାମଲାର ପ୍ରମୁଖ ଅଭିଯୁକ୍ତ ପ୍ରକାଶ ପାଶୱାନଙ୍କୁ ରାଉରକେଲା ପୁଲିସର ସ୍ୱତନ୍ତ୍ର ଟିମ୍ ବିହାରରୁ ଗିରଫ କରିଥିବା ସୂଚନା ମିଳିଛି। ତାଙ୍କ ଗିରଫକୁ ଏହି ବହୁଚର୍ଚ୍ଚିତ ମାମଲାରେ ପୁଲିସର ଏକ ଗୁରୁତ୍ୱପୂର୍ଣ୍ଣ
ସରପଞ୍ଚଙ୍କୁ ବିଡ଼ିଓଙ୍କ ଦୁର୍ବ୍ୟବହାର ଅଭିଯୋଗ
ବ୍ଲକ ସମ୍ମୁଖରେ ଧାରଣାରେ ବସିଲେ ସରପଞ୍ଚବାଲିଅନ୍ତା,୨୫|୮ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବିଡ଼ିଓଙ୍କ ଟାଳଟୁଳ ନୀତି ଅଭିଯୋଗରେ ଆଜି ବ୍ଲକର ମୁଖ୍ୟ ଫାଟକ ସମ୍ମୁଖରେ ସରପଞ୍ଚ ରଶ୍ମିତା ଭୋଇ ନିଜ ସମର୍ଥକଙ୍କ ସହ ଧାରଣାରେ ବସିଥିଲେ l
ସର୍କିଟ ହାଉସ୍ ମାମଲା: ପ୍ରକାଶ ପାଶୱାନଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି….
ରାଉରକେଲା: ପାନପୋଷ ସର୍କିଟ ହାଉସ୍ରୁ ଅସ୍ତ୍ରଶସ୍ତ୍ର ସହ ଅପରାଧୀ ଗିରଫ ମାମଲାରେ ଫେରାର ଥିବା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶୱାନଙ୍କ ବିରୋଧରେ ଏସଡିଜେଏମ୍ କୋର୍ଟ ଜାମିନବିହୀନ ପରୱାନା (ଏନ୍ ବି ଡବ୍ଲ୍ୟୁ) ଜାରି କରିଛନ୍ତି।
କୋଶରଡା ଜଙ୍ଗଲରେ ଅବକାରୀର ସର୍ଜିକାଲ ଷ୍ଟ୍ରାଇକ୍: ୧୮.୬୮ ଲକ୍ଷର ମଦ ଭାଟି ଧ୍ୱଂସ ।
ଚିଲିକା, ୨୫ ।୮: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀମତୀ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ବାଣପୁର ବ୍ଲକ କୋଶରଡା ସଂରକ୍ଷିତ ଜଙ୍ଗଲରେ ଆଜି ଅବକାରୀ ବିଭାଗ ପକ୍ଷରୁ ଏକ ବଡ ଧରଣର ମିଳିତ ଚଢାଉ କରାଯାଇଛି ।ଖବର ଅନୁଯାୟୀ ଜଙ୍ଗଲ
କୁମାଣ୍ଡୋଳ ପାଟଣା ମହିଳା ସରପଞ୍ଚଙ୍କ ଅକାଳ ବିୟୋଗ |
ଚିଲିକା, ୨୫|୮:ଚିଲିକା ବ୍ଲକ ଅନ୍ତର୍ଗତ କୁମାଣ୍ଡୋଳ ପାଟଣା ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚ ସବିତା ସୁନ୍ଦରାୟଙ୍କର ଅକାଳ ବିୟୋଗ ସମଗ୍ର ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।ସେ କିଛି ଦିନ ଧରି ଦୂରାରୋଗ୍ୟ ରୋଗରେ ପୀଡିତ ଥାଇ ଅସୁସ୍ଥ ଥିଲେ।ଜଣେ ଲୋକପ୍ରିୟ
ଦୁଇଟି କ୍ରମାଗତ ବନ୍ୟା ପରେ ସର୍ବାଧିକ କ୍ଷତିଗ୍ରସ୍ତ ଉପକୂଳ ଅଞ୍ଚଳର ଚାଷୀ କ୍ଲଷ୍ଟରଗୁଡ଼ିକରେ ରିଲିଫ ଅଭିଯାନ
ଉତ୍ତର ଓଡ଼ିଶାର ବନ୍ୟା ପ୍ରଭାବିତ ଚିଙ୍ଗୁଡ଼ି ଚାଷୀ ପରିବାରଙ୍କ ପାଖରେ ଜରୁରୀ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ପହଞ୍ଚାଇଲା ଆକ୍ୱାପଲ୍ସଭୁବନେଶ୍ୱରସ୍ଥିତ ପଣ୍ଡ-ଟୁ-ପୋର୍ଟ ଚିଙ୍ଗୁଡ଼ି ଚାଷ ଓ ସାମୁଦ୍ରିକ ଖାଦ୍ୟ ରପ୍ତାନି କମ୍ପାନୀ ଆକ୍ୱାପଲ୍ସ (Phoenix Marine Exports and Solution Pvt.
ଚଳିତ ବର୍ଷ କେଉଁ ଦିନ ପାଳନ କରିବେ ରକ୍ଷାବନ୍ଧନ
ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା, ଭାରତୀୟ ସଂସ୍କୃତି ପରମ୍ପରା ର ଆଉ ଏକ ବଡ ପର୍ବ । ଯେଉଁଠାରେ ଦ୍ଭାଇ-ଭଉଣୀ ର ଅନାବିଳ ସ୍ନେହ ପ୍ରେମ, ଭଲ ପାଇବାକୁ ବୁଝାଯାଏ । ଭାଇଟିଏ ପ୍ରତ୍ୟେକ ବର୍ଷ ଚାହିଁ ରହିଥାଏ କେବେ
ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିର
ପାଣିକୋଇଲି: ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ଏକ ପ୍ରଶିକ୍ଷଣ ଶିବିର ଷଠିପୁର ବିଜେବି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା, ପୁରୀ, ଭୁବନେଶ୍ଵର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଆଦି ୧୨ଟି
ଆତ୍ମସମର୍ପଣକାରୀ ମାଓବାଦୀଙ୍କ ସୂଚନାରେ ବଡ଼ ସଫଳତା: ଜଙ୍ଗଲରୁ ଠାବ ହେଲା ମାଓବାଦୀଙ୍କ ଗୁପ୍ତ ଅସ୍ତ୍ରଭଣ୍ଡାର
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ବିସ୍ତୃତ ପଚରାଉଚରା ବେଳେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଧାରରେ ରାଉରକେଲା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି।କେ.ବଲାଙ୍ଗ ଥାନା ଅଧୀନସ୍ତ ସିଲକୁଟା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଗଚ୍ଛିତ ରଖିଥିବା ବିପୁଳ ଅସ୍ତ୍ର ଭଣ୍ଡାର କୁ ରାଉରକେଲା
ସ୍ଥାନୀୟ ଖାରବେଳ ନଗରସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ସାହିତ୍ୟିକା, ଲେଖିକା ଜୟଶ୍ରୀ ଦାସଙ୍କ ଷୋହଳତମ କବିତା ସଂକଳନ “
ହେ ବୁଦ୍ଧ! ତୁମକୁ ପ୍ରଣାମ "ଲୋକାର୍ପିତ ହେବା ସହିତ ସାରସ୍ୱତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଗଣମାଧ୍ୟମ ଓ ସାମାଜିକ ଅନୁଷ୍ଠାନ "ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ "ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟିକା ସରୋଜିନୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ
ସର୍କିଟ ହାଉସ୍ ମାମଲା: ତଦନ୍ତକୁ ଆହୁରି ତୀବ୍ର କଲା ପୋଲିସ୍, ଫେରାର ମାଷ୍ଟର୍ ମାଇଣ୍ଡକୁ ଧରିବା ପାଇଁ ରାଜ୍ୟ ବାହାରେ ୪ ଟିମ୍…
ରାଉରକେଲା, ୨୩ ଅଗଷ୍ଟ: ବହୁଚର୍ଚ୍ଚିତ ସର୍କିଟ ହାଉସ୍ ମାମଲାରେ ରାଉରକେଲା ପୋଲିସ୍ ତଦନ୍ତକୁ ଆହୁରି କ୍ରିୟାଶୀଳ କରିଛି। ଶନିବାର ମାମଲାରେ ଗିରଫ ହୋଇଥିବା ପ୍ରକାଶ ପାଶୱାନ ଦୁଇ ସହଯୋଗୀ ସୂରଜ ଗୁପ୍ତା ଓ ଆଦର୍ଶ ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏପଟେ ଫେରାର
ଉତ୍ତରା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ତାଳ ଚାରା ରୋପଣ
ବାଲିଅନ୍ତା,୨୩|୮(ଗୋବର୍ଦ୍ଧନ ଦାସ): ପରିବେଶ ସୁରକ୍ଷା ଓ ଜନସୁରକ୍ଷା ପାଇଁ ଉତ୍ତରା ବରିଷ୍ଠ ନାଗରୀକ ମଞ୍ଚ ପକ୍ଷରୁ ଆଜି ତାଳ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଭଳି ଏକ ଅଭିନବ ପ୍ରୟାସ କରି ସମସ୍ତଙ୍କ ଉଦାହରଣ ପାଲଟିଛନ୍ତି ବରିଷ୍ଠ ନାଗରୀକ
ନିର୍ମାଣ ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ଆଲୋଚନା ଚକ୍ର
ବାଲିଅନ୍ତା,୨୩|୮( ଗୋବର୍ଦ୍ଧନ ଦାସ):ବାଳକାଟି ସ୍ଥିତ ନିର୍ମାଣ ଶିକ୍ଷା ଅନୁଷ୍ଠାନ ଓ 'ଅରଟେକ୍ ଆଇ.ଟି.ଆଇ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ, ଶୃଙ୍ଖଳା ଏବଂ ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ସିଦ୍ଧେଶ୍ଵର ମହାନ୍ତିଙ୍କ
ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର
ଚିଲିକା,୨୨ ।୮:ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବାଣପୁରର ଦିବ୍ୟଜ୍ୟୋତି ଭବନଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମକୁମାରୀ ସୁଜାତା ମୁଖ୍ୟ ସଞ୍ଚାଳିକା ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି ରକ୍ତଦାନ ଶିବିରରେ ଯୁବ ସମାଜସେବୀ ତଥା ବାଣପୁର ବିଜେପି ଯୁବ ସଂଗଠକ
ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ
ଭୁବନେଶ୍ୱର ତା 21/08/26 ଯୁବ ସଂଗଠକ, କର୍ପୋରେଟ ପ୍ରତିଭା, ହାସ୍ୟ ଅଭିନେତା ତଥା ସମାଜସେବୀ ସ୍ବର୍ଗତ ମୃତ୍ୟୁଞ୍ଜୟ ପରିଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ "ସ୍ମୃତି ଅର୍ଘ୍ୟ "ସହିତ ସ୍ମୃତିଚାରଣ ସଭା "ମୃତ୍ୟୁଞ୍ଜୟ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l
Politics
ବାଲୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
Entertainment
ନାଚୁଣୀ ସମବାୟ ସମିତିରେ ଚାଷୀ ପଞ୍ଜିକରଣ ଏକ ପ୍ରହସନ
ଜାଗୃତିକା ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ।