ଆମ ସନାତନ ପରମ୍ପରା ଓ ବେଦର ବିକଳ୍ପ ନାହିଁ: ଗବେଷିକା ମମତା ମହାନ୍ତି

ଭୁବନେଶ୍ୱର,୨୬.୨.୨୦୨୪: ‘ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟ୍’ ପକ୍ଷରୁ ଆୟୋଜିତ ବିଶ୍ୱ ମାତୃଭାଷା ଦିବସ ଅବସରରେ ବେଦ ଗବେଷିକା ତଥା ଶିକ୍ଷୟିତ୍ରୀ ମମତା ମହାନ୍ତିଙ୍କୁ ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ ଓ ବରେଣ୍ୟ ଅତିଥି ସଂସ୍କୃତି ପୁରୁଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସମ୍ବର୍ଦ୍ଧନା ପାଇ ଗବେଷିକା ଶ୍ରୀମତୀ ମହାନ୍ତି ମତବ୍ୟକ୍ତ କରିଥିଲେ ଯେ, ସନାତନ ପରମ୍ପରା, ମାତୃଭାଷା ଓ ବେଦର କୌଣସି ବିକଳ୍ପ ନାହିଁ । ଆଧ୍ୟାତ୍ମିକତା ଓ ପୂଜ୍ୟପୂଜାକୁ ଆଜିର ସମାଜରେ ସମସ୍ତେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page