ଆର୍ତ୍ତବନ୍ଧୁ ଖୁଣ୍ଟିଆଙ୍କ 38ତମ ସ୍ମୃତି ଚାରଣ ଦିବସ ଅନୁଷ୍ଠିତ

ଖୋର୍ଦ୍ଧା: ବୋଲଗଡ ବ୍ଲକ ଅନ୍ତର୍ଗତ ନୟାପଲ୍ଲୀ ନିବାସୀ ମହିମା ଧର୍ମାବଲମ୍ବୀ, ନିତିନିଷ୍ଟ ବ୍ୟକ୍ତିତ୍ୱ ଆର୍ତ୍ତବନ୍ଧୁ ଖୁଣ୍ଟିଆଙ୍କ ଅଠତିରିଶ ତମ ତିରୋଧାନ ଦିବସ ମହିମାଧର୍ମ, ନୀତି ଅନୁଯାୟୀ ଘୃତବତୀ ପ୍ରଜ୍ବଳନ, ଭଜନ କୀର୍ତ୍ତନ ସହିତ ଏକ ଆଧ୍ୟାତ୍ମିକ ପରିବେଶ ଅଲେଖ ମହିମା ଡାକରେ କମ୍ପି ଉଠିଥିଲା l ଉକ୍ତ କାର୍ଯ୍ୟକ୍ରମରେ ସାଧୁ ଭିକ୍ଷା ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଭକ୍ତବାବା ଙ୍କ ସହିତ ସାଧୁ ହରମୋହନ ଦାସ, ସାଧୁ ରାମ ଦାସ, ସାଧୁ ବିଭୁତି ଦାସ, ସାଧୁ ଅମୀୟ ଦାସ, ଖୁଣ୍ଟିଆ ସହ ପରିବାର, ନୟାପଲ୍ଲୀ ଗ୍ରାମବାସୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ବୋଲି ମହିମା ସେବା ଫାଉଣ୍ଡେସନର ସଭାପତି ନାରାୟଣ ଖୁଣ୍ଟିଆ ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page