ଭୁବନେଶ୍ଵର: ଆସ୍କାୟାର ଚାରିଟେବୁଲ ଟ୍ରଷ୍ଟ, ଆସ୍ପାୟାର ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନର ସହଯୋଗରେ ପୁରୀଠାରେ ଏକବିଶାଳସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା I ୩୧ ତାରିଖ ଦିନ ଆୟୋଜିତ ଏହି ସ୍ଵାସ୍ଥ୍ୟଶିବିରରେ ଶ୍ରୀମନ୍ଦିର ସେବାୟତ, କର୍ମଚାରୀ ଓ ସେମାନଙ୍କରପରିବାର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତମାଗଣା ଔଷଧ ଦିଆଯାଇଥିଲା । ଏହି ସ୍ଵାସ୍ଥ୍ୟ ଶିବିରରେ ହସ୍ପିଟାଲର ଅଭିଜ୍ଞ ଡାକ୍ତରମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିପାଇଁ ଓଡ଼ିଶା ଏବଂ ଓଡ଼ିଶା ବାହାରେ ମଧ୍ୟ ଅନେକ ଡାକ୍ତର ଯୋଗଦାନ କରିଥିଲେ । ସେମାନେ ବିଭିନ୍ନ ରୋଗର କାରଣ, ଲକ୍ଷଣ ଓ ପ୍ରତିକାର ସଂପର୍କରେ କହିଥିଲେ । ଆସ୍କାୟାର ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ପକ୍ଷରୁ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହିଭଳି ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ଲୋକଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେମାନେ କିଭଳି ଏକ ସୁସ୍ଥ ଓ ନିରୋଗ ଜୀବନ ଅତିବାହିତ କରିପାରିବେ ସେ ସଂପର୍କରେ ଜନ ସେଚତନତା ସୃଷ୍ଟି କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
Report: Priyabrat Barik, Utkalbulletin