ଇଣ୍ଡିଆବୁକ ଅଫ ରେକର୍ଡସ ତରଫରୁ ଦିବ୍ୟାଂଶୁ ଶେଖର ସାହୁ ସମ୍ବର୍ଦ୍ଧିତ

ଭୁବନେଶ୍ୱର ଶିଶୁ ପ୍ରତିଭା ଦିବ୍ୟାଂଶୁ ଶେଖର ସାହୁ ମାତ୍ର 5 ବର୍ଷ 11 ମାସର ବିଦ୍ୟାର୍ଥୀ ଇଣ୍ଡିଆ ବୁକଅଫ ରେକର୍ଡସ ଅନଲାଇନ ପ୍ରତିଯୋଗିତାରେ ନିଜର ଜ୍ଞାନ, ବୁଦ୍ଧିମତ୍ତା ପାଇଁ ସର୍ବଭାରତୀୟ ସ୍ତରରେ କୃତିତ୍ୱ ଅର୍ଜନସହ ସମ୍ବର୍ଦ୍ଧିତ ହୋଇଛନ୍ତି l ଚଳିତ ମାସରେ ଅନୁଷ୍ଠିତ ହୋଇଥିବା ପରୀକ୍ଷା 5ଟି ମହାସାଗର ନାମ, ଓଡିଶାର 30 ଟି ଜିଲ୍ଲା,ଭାରତର 9 ଟି ପଡୋଶୀ ଦେଶ, 7ଟି ମନ୍ତ୍ର, 25 ଟି ବେବି ଆନିମଲର ନାମ, 8 ଟି ଗ୍ରହର ନାମ, ଭାରତର ରାଜ୍ୟ ଓ ତାହାର ରାଜଧାନୀର ନାମ, 20 ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାମ ସହିତ 60 ଟି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର, 100ଟି ଇଂରାଜୀର ବିପରୀତ ଶବ୍ଦ କହି ସଫଳତା ହାସଲ କରିଛନ୍ତି l ଏଠାରେ ସୂଚନାଯୋଗ୍ୟ ଯେ ଦିବ୍ୟାଂଶୁଙ୍କ ପିତା ଭବାନୀ ଶଙ୍କର ସାହୁ ଓ ମାତା ପ୍ରଭାତୀ ପ୍ରଧାନ ଅଟନ୍ତି l ନିଜଗ୍ରାମ ଜଗତସିଂହପୁର ସହିତ ସହିତ ରାଜଧାନୀରେ ବହୁ ଶୁଭେଛୁ, ବୁଦ୍ଧିଜୀବି ବିଶିଷ୍ଟ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଛନ୍ତି l ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସହିତ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ, ସାମାଜିକକର୍ମୀ କ୍ରାନ୍ତି ସକ୍ସେନା, ଓଡିଶା ନାଗରିକ ମହାମଞ୍ଚ ଉପ ସଭାପତି ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page