କଳାହାଣ୍ଡି,୨୧|୩(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ରରେ ଦୀର୍ଘ ଦିନ ଧରି ତାଲା ପଡ଼ିଥିବା ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି |ଏହି କେନ୍ଦ୍ରରେ ନିୟୋଜିତ ଥିବା ଏଲଆଇ ମହାଶୟ ସହାୟକ କେନ୍ଦ୍ରକୁ ଆସିବା କେହି କେବେ ବି ଦେଖି ନ ଥିବା ଗ୍ରାମବାସୀ ପ୍ରକାଶ କରନ୍ତି। ଆବଶ୍ୟକ ବେଳେ ଏହି କେନ୍ଦ୍ରରେ ନିଯୁକ୍ତ ଥିବା ପିଅନ ନିଜ ଇଚ୍ଛାରେ ଆସି ଗାଁ ଗାଁ ବୁଲି ଚିକିତ୍ସା କରିଥାନ୍ତି । କେନ୍ଦ୍ର ସହାୟକ ଅନୁପସ୍ଥିତ ର ପିଅନ ନିଜ ମର୍ଜିରେ ସହାୟକ କେନ୍ଦ୍ରକୁ ଆସୁଥିବାରୁ ଚାଷୀ ମାନଙ୍କ ଗାଈ ଗୋରୁ, ଛେଳି ମେଣ୍ଢା ଚିକିତ୍ସା ନ ପାଇ ଅକାଳରେ ମୃତ୍ୟୁ ବରଣ କରୁଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀ ମାନେ ତାଙ୍କର ଗୃହ ପାଳିତ ପଶୁକୁ ହରାଇ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି|ଏ ସମ୍ପର୍କରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ହେଉନାହିଁ। ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି |

ପ୍ୟାରିଲାଲ ଦୁର୍ଗା
କଳାହାଣ୍ଡି