ଉତ୍କଳୀୟ ସ୍ୱାଭିମାନ ତରଫରୁ ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୬ତମ ଜନ୍ମ ଜୟନ୍ତୀ ପାଳନ

ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ ‘ଉତ୍କଳୀୟ ସ୍ୱାଭିମାନ ଅନୁଷ୍ଠାନ’ ତରଫରୁ ତଥା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ,ଓଡ଼ିଶା ସରକାର ଏବଂ କଳିଙ୍ଗ ଇନ୍ଷ୍ଟିଟ୍ୟୁଟେ ଇଣ୍ଡଷ୍ଟ୍ରିଆଲ ଟେକ୍ନଲୋଜି ଅନୁକୁଲ୍ୟରେ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୬ତମ ଜନ୍ମ ଜୟନ୍ତୀ ମଙ୍ଗଳବାର ସ୍ଥାନୀୟ ଜୟଦେବ ଭବନ ଠାରେ ମହାସମାରୋହରେ ପାଳନ କରାଯାଇଛି | ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଜଗତକୁ ସମୃଦ୍ଧ କରିବାରେ ଯାହାଙ୍କର ଅତୁଳନୀୟ ଅବଦାନ ଓଡ଼ିଶାର ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ସେମାନଙ୍କ ମଧ୍ୟରେ ଵିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର ଅନ୍ୟତମ | ସପ୍ତାହ ବ୍ୟାପି ଚାଲିଥିବା ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୬ତମ ଜନ୍ମ ଜୟନ୍ତୀ ସମାରୋହ ରୀତିଯୁଗର ମୂର୍ଦ୍ଧନ୍ୟ କବିଭାବରେ ପରିଚିତ, ଓଡ଼ିଆ ଲୋକ ସାହିତ୍ୟ ଜଗତକୁ ତରୁଣ ବୟସରେ ବାଘ ଗୀତ , ଚଢ଼େଇ ଗୀତ ରଚନା କରିଥିବାବେଳେ ବିଦଗ୍ଧ ଚିନ୍ତାମଣି ସର୍ବଶ୍ରେଷ୍ଠ କୃତି ବୋଲି ମୁଖ୍ୟବକ୍ତା ଭାବରେ ଶିକ୍ଷାବିତ୍ ପ୍ରଫେସର ବ୍ରଜବନ୍ଧୁ ପଣ୍ଡା ଆଲୋଚନା କରିଥିଲେ | ମୁଖ୍ୟ ଅତିଥି ଭାବରେ ପୂର୍ବତନ ସୂଚନା ଲୋକସମ୍ପର୍କ ନିର୍ଦ୍ଦେଶକ ସରୋଜ କୁମାର ସାମଲ,ଆଇ.ଏ.ଏସ, ତାଙ୍କର ବାଲ୍ୟ ଜୀବନ ଓ ବାଲ୍ୟ କାଳରୁ ରଚନା ସମୂହ ବିଷୟରେ ଆଲୋଚନା କରିଥିଲେ | ସମ୍ମାନିତ ଅତିଥି ଏନଟିପିସିର ପୂର୍ବତନ ବିତ୍ତ ନିର୍ଦେଶକ ତଥା ସାହିତ୍ୟିକ , ଚିତ୍ରକାର କୁଳମଣି ବିଶ୍ୱାଳ ରୀତିଯୁଗୀୟ ସାହିତ୍ୟକୁ ରୁଦ୍ଧିମନ୍ତ କରିବାପାଇଁ ରିତିଯୁଗୀୟ ଶୈଳୀରେ ନିଜର ରଚନା କରୁଥିବା କବିତା ସହିତ ଅଭିମନ୍ୟୁଙ୍କର ସାହିତ୍ୟକୃତି ଯେ ଓଡ଼ିଆ ସାହିତ୍ୟର ଗାରିମା ବିଶ୍ୱ ଦରବାରରେ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ମହେଶ ସାହୁ ଅଭିମନ୍ୟୁଙ୍କର ସଙ୍ଗୀତକୁ କଥା ମାଧ୍ୟମରେ ବିଶ୍ୱ ଦରବାରରେ ପ୍ରଚାର ପ୍ରସାର କରିବା ଆମ ପାଇଁ ଗୌରବର କଥା ବୋଲି ବର୍ଣ୍ଣନା କରିଥିଲେ | ଏହି ସମାରୋହରେ ବିଶିଷ୍ଟ ବ୍ୟକ୍ତି ବିଶେଷ ଶ୍ୟାମା ପ୍ରସାଦ ମିଶ୍ର ବରିଷ୍ଠ ମିଡିଆ ବୃତ୍ତିଜୀବୀ, ଶ୍ରୀ ରାକେଶ ବିଶ୍ଵାଳ ଭାଇଓଲିନ୍ ବାଦକ,ଶ୍ରୀଯୁକ୍ତ ସିଦ୍ଧାର୍ଥ ରାୟ ସାମାଜିକ କର୍ମୀ,ଶ୍ରୀଯୁକ୍ତ ଗୌରୀଶଙ୍କର ଦାଶ ଓଡିଶୀ ନୃତ୍ୟ ଗୁରୁ,ପଣ୍ଡିତ ମହେଶ ସାହୁ ଜଗନ୍ନାଥ ସଂସ୍କୃତି ବିଷାରଦ,ଶ୍ରୀମତୀ ଏସ୍‌. ସଙ୍ଗୀତା କଳା ଓ ନ୍ୟାୟ ସେବା ସାଧିକା,ସସ୍ମିତା ରାଉତ ପାଲା ଗାୟିକା,ଶ୍ରୀ ଗୁରୁଦାସ ସାହୁ,ମୂର୍ତ୍ତିଶିଳ୍ପୀ, ଡ଼କ୍ଟର ଶରଦ ଚନ୍ଦ୍ର ପଣ୍ଡା ଶିକ୍ଷାବିତ,ପରିବର୍ତନ ଓଡ଼ିଶା ସାମାଜିକ ଅନୁଷ୍ଠାନକୁ ସଭାପତି ଜିତେନ୍ଦ୍ର ମହାପାତ୍ରଙ୍କ ଓ ତାଙ୍କ ସହକର୍ମୀ ପ୍ରମୁଖଙ୍କୁ “ଉତ୍କଳ କମଳ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା | ପ୍ରାରମ୍ଭରେ ବିଦଗ୍ଧ ଚିନ୍ତାମଣିଙ୍କ ରଚନା ସମୂହରୁ ଏକକ ଓଡ଼ିଶୀ ନୃତ୍ୟ ପୁନ୍ୟ ପୁଲକତା ସାମଲ ଏବଂ ଗୁରୁ ଯ୍ୟୋଟତିରେଖା ମହାନ୍ତିଙ୍କ ତତ୍ୱାବଧାନରେ ଜ୍ୟୋତି କଳା ପରିଷଦର କଳାକାରଙ୍କ ଦ୍ୱାରା ପରିବେଷିତ ନୃତ୍ୟାଭିନୟ ସହିତ ଗୁରୁ ନିମାକାନ୍ତ ରାଉତରାୟ ,ଶୈଳଭାମା ମହାପାତ୍ର ,ତନୁଶ୍ରୀ ନାୟକ , ବିଜୟଲକ୍ଷ୍ମୀ ରାଉତରାୟ,ମହାପାତ୍ର ମିନତୀ ଭଞ୍ଜ ଏବଂ ଅନୁଜା ତାରିଣୀ ମିଶ୍ରଙ୍କ ଦ୍ୱାରା ବିଦଗ୍ଧ ଚିନ୍ତାମଣିଙ୍କ ଗୀତାଞ୍ଜଳୀ ସଙ୍ଗୀତ ପରିବେଷଣ ବେଶ ମନ୍ତ୍ରମୁଗ୍ଧ କରିଥିଲା | ଅନୁଷ୍ଠାନର ସଭାପତି ମନୋଜ କୁମାର ନାୟକ ଆନୁଷ୍ଠାନିକ ସ୍ୱାଗତ ସମ୍ଭାଷଣ ସ୍ୱରୂପ କାହିଁକି ଆମେ ବିଦଗ୍ଧ ଚିନ୍ତାମଣିଙ୍କୁ ମନେରଖିବା ସେ ବିଷୟରେ ସମ୍ୟକ ସୂଚନା ଦେବାସହ ଅତିଥି ପରିଚୟ ପ୍ରଦାନ କରିଥିଲେ, ବିଶିଷ୍ଟ ସାହିତ୍ୟିକ ବିଜୟ ମଲ୍ଲ ସଭାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ ଛାତ୍ରନେତା ତନ୍ମୟ ସ୍ୱାଇଁ, ସତ୍ୟ ଦାସ। ବିଷ୍ଣୁ ନନ୍ଦ , ସୁମିତ୍ ମହାପାତ୍ର, ତପନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରୁଥିବାବେଳେ ପବିତ୍ର ମହାରଥା ଆନୁଷ୍ଠାନିକ ଧନ୍ୟବାଦ ପ୍ରଦାନ କରିଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page