ଉତ୍କଳ ବୁଲେଟିନ୍ ଟ୍ରଷ୍ଟ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ପାଳିତ

ବିଶିଷ୍ଟ ପୂଜ୍ୟପୂଜା ପ୍ରାଣ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କୁ ସ୍ୱତନ୍ତ୍ର ପୂଜ୍ୟପୂଜା ସମ୍ମାନ ୨୦୨୪ ପ୍ରଦାନ
ଭୁବନେଶ୍ୱର:
ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଜାତୀୟ ଗଣମାଧ୍ୟମ ଦିବସ ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପାଳିତ ହୋଇଯାଇଛି ଓ ଏହି ଅବସରରେ ସଂଗଠନର ସ୍ମରଣିକା ଉନ୍ମୋଚିତ ହୋଇଯାଇଛି । ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ପୌରୋହିତ୍ୟ ଓ ବରିଷ୍ଠ ସମାଜସେବୀ ତଥା ପରିବେଶବିତ୍ ମନୋରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ସଭ୍ୟ ତଥା ସମାଜସେବୀ ଜଗନ୍ନାଥ ପ୍ରଧାନ, ମୁଖ୍ୟବକ୍ତାଭାବେ ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ବରେଣ୍ୟ ଅତିଥିଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ସମାଜସେବୀ ଶଶଧର ପଣ୍ଡା, ଅନ୍ୟତମ ସମ୍ମାନୀତ ଅତିଥିଭାବେ ବେଦବିଶାରଦ ମମତା ମହାନ୍ତି ଓ ବରିଷ୍ଠ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରା ଯୋଗଦେଇ ରାଷ୍ଟ୍ର ଗଠନରେ ସମ୍ବାଦପତ୍ର ଓ ସାମାଜିକ ସଂଗଠନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବା ସହିତ ସମାଜର ପ୍ରତ୍ୟେକ ସ୍ତରରେ ପୂଜ୍ୟପୂଜା ଓ ସମାଜସେବାକୁ ପ୍ରାଧାନ୍ୟ ଦିଆଯିବା ଆଜିର ଆବଶ୍ୟକତା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଶିଷ୍ଟ ପୂଜ୍ୟପୂଜା ପ୍ରାଣ ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କୁ ସ୍ୱତନ୍ତ୍ର ପୂଜ୍ୟପୂଜା ସମ୍ମାନ ୨୦୨୪ ଜାତୀୟ ଗଣମାଧ୍ୟମ ଦିବସ ଅବସରରେ ପ୍ରଦାନ କରାଯାଇଥିଲା । ଏହା ସହିତ ବିଭିନ୍ନ କ୍ଷେତ୍ରରେ ସାରସ୍ୱତ ପ୍ରତିଭାଧାରୀ ବ୍ୟକ୍ତିତ୍ୱ ଓ ସଂଗଠନଙ୍କୁ ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ସାରସ୍ୱତ ପ୍ରତିଭାଧାରୀ ସାହିତ୍ୟିକା ଡ. ଲୋପାମୁଦ୍ରା ଜେନା, ସାମ୍ବାଦିକ ସୌଭାଗ୍ୟ ରଂଜନ ମହାନ୍ତି, ସାହିତ୍ୟିକା ସରୋଜିନୀ ମିଶ୍ର, ଶିଭମ୍ କମ୍ପ୍ୟୁଟର ଏଜୁକେସନ୍‌ର ଅଧ୍ୟକ୍ଷା ଶଶୀରେଖା ସାହୁ, ସମାଜସେବିକା ଶୁଭାନୀ ଦାସ, ବିଶିଷ୍ଟ ଶିକ୍ଷାବିତ୍ ନିର୍ମଳାବାଳା ଦେଇ, ଯୁବ କୃଷି ଗବେଷକ ଦେବବ୍ରତ ସାହୁ, ଅଧିବକ୍ତା ଉମାକାନ୍ତ ତାଣ୍ଡି, ସବିତାରାଣୀ ଜେନା, ଯୁବ କଳାକାର ପ୍ରିୟଙ୍କର ପରମବୀର ପଣ୍ଡା, ସାମ୍ବାଦିକା ନମିତା କଅଁର, ସମାଜସେବୀ ପ୍ରଦୀପ କୁମାର ଦେହୁରୀ, ଅଧିବକ୍ତା ତଥା ସମାଜସେବିକା ସବିତାରାଣୀ ଜେନା, ସାମାଜିକ ସଂଗଠନ ମା’ କଲ୍ୟାଣୀ ମହାସଂଘ, ସାମ୍ବାଦିକ ବିଜୟ ପ୍ରଧାନ, ସମାଜସେବିକା ରାଣୀଆ ସାହୁ, ସମାଜସେବୀ ସୁଲୋଚନା ସେଠୀଙ୍କୁ ମାନପତ୍ର ଓ ଉତରୀୟ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିବାବେଳେ ସଂଗଠନର ସଭ୍ୟସଭ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପ୍ରିୟବ୍ରତ ବାରିକ, ନାରାୟଣ ଖୁଂଟିଆ, ରମେଶ କୁମାର ମହାପାତ୍ର ଓ ଶିଭମ୍ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ । ଧନ୍ୟବାଦ ଅର୍ପଣ କରିଥିଲେ ସମିତା ମହାରଣା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News