ଭୁବନ: ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ୍ ଓ ଓଁଶ୍ରୀ ମେଡିସିନ ଷ୍ଟୋରର ମିଳିତ ଆନୁକୂଲ୍ୟରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମର ପ୍ରାୟ ୪୦ ରୁ ୫୦ ଜଣ ବୟସ୍କ ଲୋକଙ୍କୁ ବଂଟନ କରାଯାଇଛି ପ୍ରାଥମିକ ସ୍ୱାସ୍ଥ୍ୟ କାର୍ଡ। ଏହି କାର୍ଡ ମାଧ୍ୟମରେ ୭୦ବର୍ଷ ବୟସରୁ ଅଧିକା ବୃଦ୍ଧା ଓ ବୃଦ୍ଧମାନେ ଏହି ଚିକିତ୍ସା କାର୍ଡ ମାଧ୍ୟମରେ ନିଜର ପ୍ରାଥମିକ ଔଷଧ ଓଁଶ୍ରୀ ମେଡିସିନ ଷ୍ଟୋର ନେଇ ଚିକିତ୍ସିତ ହୋଇପାରିବେ। ଏହା ଦ୍ୱାରା ବୃଦ୍ଧା ଓ ବୃଦ୍ଧମାନେ ଠିକ୍ ସମୟରେ ନିଜର ଯତ୍ନ ନେଇପାରିବେ ଏବଂ ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ଭଲ ପଦକ୍ଷେପ ବୋଲି ଜଣାପଡିଛି। ଏହି ବଂଟନ କାର୍ଯ୍ୟକ୍ରମ ଓଡ଼ିଶ

ଗ୍ରାମର ମା’ ତାରିଣୀ ପୀଠ ପ୍ରାଙ୍ଗଣରେ ଆନୁଷ୍ଠାନିକ ଭାବେ କରାଯାଇଥିବା ଦେଖିବାକୁ ମିଳିଥିଲା। ଏଥିରେ ଉତ୍କଳ ବୁଲେଟିନ ଚାରିଟେବଲ୍ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିବାବେଳେ ସାମ୍ବାଦିକ ତଥା ସମାଜସେବୀ ବିମଳ କୁମାର ରଣା ମୁଖ୍ୟ ଭାବେ ଉପସ୍ଥିତ ରହି ଏହି କାର୍ଡ ବଂଟନ କରାଯାଇଥିଲା। ପ୍ରଥମେ ବୃଦ୍ଧା ଓ ବୃଦ୍ଧଙ୍କୁ ଚନ୍ଦନଚର୍ଚ୍ଚିତ କରାଯାଇ ପୂଜାର୍ଚ୍ଚନା କରାଯିବା ପରେ ମିଠା ଖୁଆଯାଇଥିଲା । ଏହା ପରେ ଜଣକ ପରେ ଜଣଙ୍କୁ ଏହି କାର୍ଡ ବଂଟନ କରାଯାଇଥିବା ଦେଖିବାକୁ ମିଳିଥିଲା। ଶେଷରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଥିଲା। ଏଥିରେ ଟ୍ରଷ୍ଟ ସଦସ୍ୟ ସ୍ୱେଚ୍ଛାସେବୀ ବିକ୍ରମ ରଣା, ରଂଜନ କୁମାର ସେଠୀ, ବଂଟି ସେଠୀ, ଆଲୋକ ସେଠୀ, ସୌମ୍ୟରଂଜନ ବେହେରା, ବିଷ୍ଣୁ ସେଠୀ, ପଂଚାନନ ସେନାପତି, ମଳୟ ସେଠୀ, ଲୁଲୁ ସେଠୀ, ସିଲୁ ସେଠୀ, କୈଳାସ ବେହେରା, ଶ୍ରୀକାନ୍ତ ସେଠୀ, ଭାଗବତ ସେଠୀ, ବଳରାମ ସେନାପତି, ସୂର୍ଯ୍ୟ ପ୍ରକାଶ ସେନାପତି, ଶ୍ରୀଜିତ୍ ସେନାପତି, ସୌଭାଗ୍ୟ ସେନାପତି, ସୁଶାନ୍ତ ସେଠୀ, କାଳନ୍ଦୀ ସେନାପତି, କମଳ ସେଠୀ ପ୍ରମୁଖ।