ଉତ୍ତରା ବରିଷ୍ଠ ନାଗରିକଙ୍କ ପକ୍ଷରୁ ମାନସିକ ସୁସ୍ଥତା କାର୍ଯ୍ୟକ୍ରମ

Mental wellness program for Uttara senior citizens

ବାଲିଅନ୍ତା,୨୦|୧: ଉତ୍ତରା ବରିଷ୍ଠ ନାଗରିକ ମଞ୍ଚ ଓ ହେଲ୍ପ ଏଜ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ “ମାନସିକ ସୁସ୍ଥତା’ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ମଞ୍ଚର ସଭାପତି ଡ. ଅମରେନ୍ଦ୍ର ନାଥ ମହାନ୍ତି ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୪୦ ରୁ ଅଧିକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ | ମଞ୍ଚର ବରିଷ୍ଠ ସଭ୍ୟ ଦେବଦତ୍ତ ବିଶ୍ଵଜୀବନ ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ହେଲ୍ପ ଏଜ ଇଣ୍ଡିଆର ଅଧିକାରୀ ସୁଶ୍ରୀ ଅନୁସୟା ଦାଶ, ସୁଶ୍ରୀ ଦେବଶ୍ରୀ ବ୍ରହ୍ମା, ଅଭିଜ୍ଞ ବରିଷ୍ଠ ଡ଼ା.ନିବେଦିତା ମହାନ୍ତି ପ୍ରାୟ ୩ ଘଣ୍ଟାରୁ ଉର୍ଦ୍ଧ ସମୟ ମାନସିକ ରୋଗର କାରଣ ଓ ନିରାକରଣ ବିଷୟରେ ବରିଷ୍ଠ ନାଗରିକ ମାନଙ୍କୁ ବୁଝାଇଥିଲେ | ମଞ୍ଚର ସଭ୍ୟମାନେ ମଧ୍ୟ ଆଲୋଚନା ମାଧ୍ୟମରେ ବିଭିନ୍ନ ପ୍ରଶ୍ନ ପଚାରି ସେମାଙ୍କର ସେମାଙ୍କର ସନ୍ଦେହ ଦୂରୀଭୂତ କରିଥିଲେ | ଏହିସଭାରେ ଓଡିଶା ବରିଷ୍ଠ ନାଗରିକ ଫେଡେରେସନର ସଭାପତି ଡ଼. ମଧୁବାବନ ଜେନା ଏବଂ ସାଧାରଣ ସମ୍ପାଦକ ଡ଼. ଯୁଗଳ କିଶୋର ସାହୁ ଯୋଗ ଦେଇ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ | ଏହି ଶିବିରରେ ମଞ୍ଚ ର ସାଧାରଣ ସମ୍ପାଦକ ବେଣୁଧର ନାୟକ, ସଭ୍ୟ ଜୟୀରାମ ବିଶ୍ୱାଳ, ଭବାନୀ ଚରଣ ତ୍ରିପାଠୀ, ଶିବ ପ୍ରସାଦ ସାହାଣୀ, ଆନନ୍ଦ ଚରଣ ମହାପାତ୍ର , ରାଜେନ୍ଦ୍ର ପ୍ରସାଦ ଦାଶ, ମୁକୁନ୍ଦ ଚରଣ ସାହୁ, ଶରତ ଚନ୍ଦ୍ର ରାୟ, ସଚ୍ଚିକାନ୍ତ ମହାପାତ୍ର, ତ୍ରିନାଥ ସାମନ୍ତରାୟ, ନୃସିଂହ ଚରଣ ପାଣିଗ୍ରାହୀ, ଗୋପୀନାଥ ମଲ୍ଲିକଙ୍କ ସହ ବିଭିନ୍ନ ଆଞ୍ଚଳିକ ସମ୍ବାଦଦାତା ମାନେ ଉପସ୍ଥିତ ଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page