ଓଡ଼ିଆ ପକ୍ଷ ନେଇ ପାରମ୍ପରିକ ଖାଦ୍ୟ ଦିବସ ଗୋଲାମୁଣ୍ଡା ଠାରେ ଅନୁଷ୍ଠିତ

ଧର୍ମଗଡ଼,୧୪|୪ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଓଡ଼ିଆ ପକ୍ଷ ପାଳନ ଦିବସକୁ ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ ଆମ ରୁଚି ଆମ ଖାଦ୍ୟ ଭାବେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯାଇ ଏହି ଦିବସକୁ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ,ସମ୍ମାନିତ ଅତିଥି ଭାବରେ ବିଡ଼ିଓ ଶ୍ରୀଧର ପଣ୍ଡା,ସିଡିପିଓ ଉଷା ଲକ୍ଷ୍ମୀ, ସମାଜ ସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ ଓ ବ୍ଲକ,ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମହାନନ୍ଦ , ଆମ ପାରମ୍ପରିକ ଖାଦ୍ୟ କେବଳ ଯେ ସ୍ୱାଦ ଦୃଷ୍ଟିରୁ ଉନ୍ନତ ତାହା ନୁହେଁ, ବରଂ ସ୍ୱାସ୍ଥ୍ୟ ଓ ଶରୀର ମଧ୍ୟ ଲାଭ ଦାୟକ । କାରଣ ଏହି ସବୁ ଖାଦ୍ୟ ଗୁଡ଼ିକରେ କୌଣସି ରାସାୟନିକ ଦ୍ରବ୍ୟର ବ୍ୟବହାର କରାଯାଇଥାଏ ନାହିଁ । ସେହିଭଲି ଆମ ହାଣ୍ଡିଶାଳରୁ ହଜି ଯାଉଥିବା ଏହିସବୁ ବ୍ୟଞ୍ଜନଗୁଡ଼ିକୁ ତଥା ଅନେକ ପାରମ୍ପରିକ ପିଠା, ପଣା ଆଦିକୁ ଆଜିର ପିଢ଼ି ମଧ୍ୟରେ ପୁନଃ ଆଦୃତ କରାଇବା ଏହି ଦିବସର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ଏହି ଅବସରରେ ଅତିଥିମାନେ ଏବଂ ଅଂଶଗ୍ରହକାରୀ ମାନେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାରର ଖାଦ୍ୟ ବ୍ୟଞ୍ଜନ, ପିଠାପଣା ଆଦିର ମଜା ନେଇଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page