ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ: ମନମୋହନ ସାମଲ

ଆଜି ସକାଳେ ଦିଲ୍ଲୀରୁ ଫେରିବା ପରେ ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ଓ ସରକାର ଗଠନ କରିବ ବୋଲି ମନମୋହନ ସାମଲ ସ୍ପଷ୍ଟ କରିଛନ୍ତି I ପୁଣି ଥରେ ନିଜ ପୁରୁଣା କଥା ଦୋହରାଇଛନ୍ତି। ମନମୋହନ କହିଛନ୍ତି, ଓଡ଼ିଶାରେ ବିଜେପିର ସରକାର ହେବ । ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେଉ ନ ଥିବା ନେଇ ଏବେ ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଥିବା ଚର୍ଚ୍ଚା ହେଉଛି। ଓଡ଼ିଶାର ଅସ୍ମିତାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ, ନିର୍ବାଚନ ଲଢ଼ିବୁ । ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର କରିବୁ। ଏଥର ନିର୍ବାଚନ ଦାୟିତ୍ୱ ଓଡ଼ିଶାର ଲୋକମାନେ ନେବେ। ବିଜେପି ନିଜ ଦୁଇ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଥିବା ବେଳେ ଓଡ଼ିଶାର ଗୋଟିଏ ବି ସିଟ୍‌ ନାଁ ଉଲ୍ଲେଖ ନାହିଁ। ନୂଆଦିଲ୍ଲୀରେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ନେଇ ଶୀର୍ଷସ୍ତରୀୟ ନେତୃତ୍ୱଙ୍କ ବୈଠକ ଏହି ମେଣ୍ଟ ଚର୍ଚ୍ଚାକୁ ବେଶ୍‌ ଖୋରାକ ଯୋଗାଉଥିଲା। ଚଳିତ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ଗତ କିଛି ଦିନ ଧରି ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ବିଜେପି-ବିଜେଡି ମଧ୍ୟରେ କୌଣସି ମେଣ୍ଟ ହେବନି I ବିଜେପି ଏକା ଲଢ଼ିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସ୍ପଷ୍ଟ କରି ଆସୁଥିଲେ। ମାତ୍ର ଏହା ପରେ ବି ମେଣ୍ଟ ହେବା ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିଲା। ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲ ପ୍ରତିକ୍ରିୟା ଦେଇ ସକାଳେ କହିଥିଲେ, ‘ସବୁ ଠିକ୍ ଚାଲିଛି ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି । ଆମେ ସବୁ ବିଷୟରେ ବିଚାର ଆଲୋଚନା କରୁଛୁ। ମାତ୍ର ମେଣ୍ଟ ହେବ ନା ନାହିଁ ଏନେଇ ସେ ସଫା ସଫା କିଛି କହି ନ ଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page