ଭୁବନ: ଆସ ସ୍କୁଲ୍ ଯିବା ପଦଯାତ୍ରା ଅଭିଯାନ ଓଡ଼ିଶ ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ଧାଡ଼ିରେ ଗ୍ରାମ ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା। ଆସ ସ୍କୁଲ୍ ଯିବା ନାରା ମଧ୍ୟ ଦେଇଥିଲେ। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ସାହୁ, ସହକାରୀ ଶିକ୍ଷକ ସୁବ୍ରତ ବିଶ୍ୱାଳ, ଛବିଳ ପରିଡ଼ା ଓ ସହକାରୀ ଶିକ୍ଷୟିତ୍ରୀ କବିତା ପୃଷ୍ଟି, ଅର୍ପିତା ବେହେରା ଓ ମାମିନା ରାଉତ ଉପସ୍ଥିତ ଥିଲେ। ଏଥିରେ ସାମ୍ବାଦିକ ବିମଳ କୁମାର ରଣା ଓ ସତ୍ୟବାଦୀ ରଣା ଏବଂ ଅଭିଭାବକମାନେ ଯୋଗଦେଇଥିଲେ।

