ଭୁବନ: ସାରା ଓଡ଼ିଶାରେ ଧୂମଧାମରେ ପାଳିତ ହୋଇଯାଇଛି ପବିତ୍ର ମହାଶିବରାତ୍ରୀ । ଏହି ଅବସରରେ ମଧ୍ୟ ଓଡ଼ିଶ ଗ୍ରାମରେ ପୂଜିତ ଶ୍ରୀ ଶ୍ରୀ ଝରଣେଶ୍ୱର ମହାଦେବଙ୍କ ଯାଗର ଯାତ୍ରା ବା ମହାଶିବରାତ୍ରୀ ମହାଆଡମ୍ବରରେ ପାଳିତ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଏହି ଜାଗର ଉସôବରେ ଆଖ ପାଖ ଗ୍ରାମର ବହୁ ଭକ୍ତଙ୍କ ମନ୍ଦିର ପ୍ରାଙ୍ଗଣରେ ସମାଗମ ହୋଇ ଦୀପ ଜାଳିତିବା ଦେଖିବାକୁ ମିଳିଥିଲା । ଉସôବକୁ ସୂଚାରୁରୂପେ ଆୟୋଜନ କରିଥିଲେ

ଅନୁଷ୍ଠାନର କର୍ମକ ର୍ାମାନେ । ଏହି ଅବସରରେ ଭକ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ମଧ୍ୟ ଆୟୋଜନ କରାଯାଇଥିଲା । ଭକ୍ତ ପ୍ରସାଦ ସେଠୀ, ରମେଶ ଚନ୍ଦ୍ର ମହାନ୍ତ, ବୁଲୁ ଷଣ୍ଢ, କା ର୍ିକ ସେନାପତି, ନଟିଆ ସେନାପତି ମନ୍ଦିରର ସଂଚାଳନାରେ ରହିଥିବାବେଳେ ଗ୍ରାମର ଅନ୍ୟ କର୍ମକ ର୍ା ଉସôାହର ସହିତ ଯୋଗ ଦେଇ ସହଯୋଗ କରିଥିଲେ । ତେବେ ରାତ୍ର ୧୦ ଘଟିକା ସମୟରେ ମହାଦୀପ ଉଠିଥିବାବେଳେ ହର ହର ମହାଦେବ ଧ୍ୱନୀରେ ଉକ୍ତ ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହୋଇଉଠିଥିଲା । ରିପୋର୍ଟ -ବିମଳ କୁମାର ରଣା