ଭୂବନ: ସାରା ଓଡ଼ିଶାରେ ପାଳିତ ହୋଇଯାଇଛି ଓଡ଼ିଆ ନବବର୍ଷ । ଏହି ଅବସରରେ ଢ଼େଙ୍କାନାଳ ଜିଲ୍ଲା ଭୂବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତରେ ଆନନ୍ଦ ଉଲ୍ଲାସ ସହକାରେ ପାଳନ କରାଯାଇଛି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ । ଓଡ଼ିଆ ନବବର୍ଷ ପାଳନ ଅବସରରେ ଗ୍ରାମର ଅଧିଷ୍ଠାତ୍ରୀ ବାଉତୀଦେବୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଥିଲା ଝାମୁଯାତ । ପୀଠ ଚତୁଃପାଶ୍ୱର୍ରେ ଦୋକାନ ବଜାର ଖୋଲାଯିବା ସହ ପଣା ବଂଟନ କରାଯାଇଥିବା ଦେଖିବାକୁ ମିଳିଥିଲା । ଆଖ ପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ମା’ଙ୍କ

ଦର୍ଶନ କରିବା ସହ ପଣାର ମଜା ନେଇଥିବା ଦେଖିବାକୁ ମିଳିଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉକ୍ତ ଗ୍ରାମବାସୀ ଏକତ୍ରିତ ହୋଇ ପାଳନ କରୁଥିବାବେଳେ ଚଳିତ ବର୍ଷ ମଧ୍ୟ ଦେଖିବାକୁ ମିଳିଛି ଭାଇଚାରାର ଦୃଶ୍ୟ । ସମସ୍ତେ ଏକତ୍ରିତ ହୋଇ ମା’ଙ୍କ ପୂଜାର୍ଚ୍ଚନା ସହ ପ୍ରଭୁ ବଜରଙ୍ଗବଲୀ ହନୁମାନଙ୍କ ପୂଜାର୍ଚ୍ଚନ କରାଯାଇଥିଲା । ଏଥିସହିତ ଓଡ଼ିଶ ଗ୍ରାମ ହାଟ ପଡ଼ିଆ ଠାରେ ହନୁମାନଙ୍କ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା । ହନୁମାନ ଜୟନ୍ତୀ

ଅବସରରେ ଏଠାରେ ପଣା ବଂଟନ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଥିଲା । ମନ୍ଦିର କମିଟିର ଯୁବକମାନେ ଉପସ୍ଥିତ ରହି ଏହି ଧାର୍ମିକ କାର୍ଯ୍ୟକୁ ସୂଚାରୂ ରୂପେ ଅନୁଷ୍ଠିତ କରିଥିବା ଜଣାପଡିଛି ।
