ଓଡ଼ିଶ ଗ୍ରାମର ୫୪ବର୍ଷୀୟ ବ୍ୟକ୍ତି ନବକିଶୋରଙ୍କ କେନାଲକୁ ଖସିପଡ଼ି ମୃତ

ଭୁବନ: ଭାରସାମ୍ୟ ହରାଇ କେନାଲରେ ଖସିପଡ଼ି ୫୪ବର୍ଷୀୟ ଜନୈକ ବ୍ୟକ୍ତି ମୃତୁ୍ୟବରଣ କରିଥିବା ଜଣାପଡିଛି । ସେ ଯାଜପୁର ଜିଲ୍ଲା କାଳିଆପାଣି ଅଂଚଳରୁ କଲରଙ୍ଗିଅତା ଦେଇ ଯାଇଥିବା କେନାଲ ବନ୍ଧ ରୋଡରେ ସାଇକେଲ ଯୋଗେ ନିଜ ଗ୍ରାମ ଓଡ଼ିଶକୁ ଫେରୁଥିବାବେଳେ ନିଜର ଭାରସାମ୍ୟ ହରାଇ କେନାଲକୁ ଖସିପଡ଼ିଥିଲେ । ଏହାଫଳରେ ସେ ପାଣିରେ ବୁଡ଼ିଯାଇଥିଲେ । ଫଳରେ ତାଙ୍କର ମୃତୁ୍ୟବରଣ ଘଟିଥିବା ସୂଚନା ମିଳିଛି । ତାଙ୍କ ନାମ ନବକିଶୋର ସେନାପତି ଜଣାପଡିଥିବାବେଳେ ସେ ଦିନବେଳେ ନିଜ ଗ୍ରାମକୁ ଫେରୁଥିବାବେଳେ ନିଜର ଭାରସାମ୍ୟ ହରାଇ କେନାଳ ଭିତରକୁ ପଡିଯାଇଥିଲେ ଫଳରେ ମୃତୁ୍ୟ ଘଟିଥିବା ଜଣାପଡିଛି । ନବକିଶୋରଙ୍କୁ ସ୍ଥାନୀୟ ଲୋକେ ବହୁ ବିଳମ୍ବରେ ଦେଖିବାକୁ ପାଇଥିଲେ । ସଂଗେ ସଂଗେ ତାଙ୍କୁ କେନାଲରୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ଲାଗି ପଠାଇଦିଆଯାଇଥିବା ଜଣାପଡିଛି । Report: Bimal Kumar Rana, Utkalbulletin

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News