ଓଡିଶା ଉଦ୍ୟୋଗୀ ପରିବାରର ଚତୁର୍ଥ ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଓଡିଶା ଉଦ୍ୟୋଗୀ ପରିବାରର ଚତୁର୍ଥ ବାର୍ଷିକ ଉତ୍ସବ ସହିତ ଆଲୋଚନା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ସ୍ବସ୍ତିପ୍ରିମିୟମ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି l ସଂଗଠନ ର ସଭାପତି, ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ଆବାହକତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଡବି ଡିଜିଏମ ପ୍ରଦ୍ୟୁମ୍ନ ଚୌଧୁରୀ, ମୁଖ୍ୟବକ୍ତା ଭାବେ ଆଇଆଇଟି ଗଭର୍ଣ୍ଣିଙ୍ଗ ବଡି ସଦସ୍ୟ ସତ୍ୟବ୍ରତ ପଣ୍ଡା, ସମ୍ମାନିତ ଅତିଥି ଭାବେ ବଡ଼ଖବର ର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସ ଯୋଗଦେବା ସହିତ ରାଷ୍ଟ୍ରର ବିକାଶ ରେ ଉଦ୍ୟୋଗୀ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ l କେବଳ ସରକାରଙ୍କ ଉପରେ ନିର୍ଭର ନ କରି ଆଜିର ମହିଳା, ଯୁବପୀଢ଼ି ନିଜନିଜ ସ୍ତରରେ ଆତ୍ମ ନିର୍ଭରଶୀଳ ହେବା ସହିତ ସରକାରଙ୍କ ବିଭିନ୍ନ ଯୋଜନାକୁ ସଠିକ ଭାବେ ରୂପାୟନ କରିବା, ଛୋଟ ଶିଳ୍ପ, ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆଗେଇ ଆସିବାକୁ ମତବ୍ୟକ୍ତ କରିଥିଲେ l ଏହି ଅବସରରେ ଶ୍ରେଷ୍ଠ ଉଦ୍ୟୋଗୀ 2024 ସମ୍ମାନ ଡ଼ଃ ଅର୍ଜୁନ ମହାରଣାଙ୍କୁ ପ୍ରଦାନ କରାଯିବା ସହିତ 25 ଜଣ ଉଦ୍ୟୋଗୀ ଙ୍କୁ ସମ୍ମାନିତ କରାଯାଇଥିଲା l ସଭାପତି ଶ୍ରୀଯୁକ୍ତ ମିଶ୍ର ଉଦ୍ୟୋଗୀ ଙ୍କ ସୁରକ୍ଷା, ସମ୍ମାନ ଓ ସମୃଦ୍ଧି ଉପରେ ନିଜ ବକ୍ତବ୍ୟ ରଖିବା ସହିତ ପରିବାର କୁ ଧନ୍ୟବାଦ ଅର୍ପଣ କରିବା ସହିତ ଶିଳ୍ପର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page