‘ସ୍ମୃତି ଦିବସ ଗୁଡ଼ିକୁ ସଙ୍କଳ୍ପ ଓ ଉତ୍କର୍ଷତାର ଦିବସ ଭାବରେ ପାଳନ କରାଯିବା ଉଚିତ’

ଭୁବନେଶ୍ୱର, 4.09.25: ଓଡିଶା ସଂଗୀତ ଜଗତର ମହାନ ଯୁବ ଜ୍ୟୋତିଷ୍କ, ଅଭିନେତ୍ରୀ, ନୃତ୍ୟଶିଳ୍ପୀ,ଗାୟିକା ବହୁମୁଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱର ଅଧିକାରିଣୀ ସ୍ବର୍ଗତ ଲିଟିଲ କରଙ୍କ ପ୍ରଥମ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଗୀତଗୋବିନ୍ଦ ପରିସରରେ “ଲିଟିଲ କର ସ୍ମୃତି ନ୍ୟାସ ଓ “ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ “ଆନୁକୂଲ୍ୟରେ ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲିଟିଲ କର ଗାନ କରିଥିବା ସଂଗୀତ ପରିବେଷଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଚଳଚିତ୍ର ଅଭିନେତା ଅଶ୍ରୁ ମୋଚନ ମହାନ୍ତି, ସଂଗୀତ ନିର୍ଦ୍ଧେଶକ, ଅଭିନେତା ଜୁବୁଲି ସୁନ୍ଦରାୟ, ଭାଷାପ୍ରାଣ ରବି ନନ୍ଦ, ବିଧାୟକ ବାବୁ ସିଂ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଲିଟିଲ କର ଓଡିଶା ସଂଗୀତ ଜଗତର ଯୁବ ଉଜ୍ବଳ ଜ୍ୟୋତିଷ୍କ, ଯୁବ ନୃତ୍ୟଶିଳ୍ପୀ, ଅଭିନେତ୍ରୀ ସହିତ ବହୁମୁଖୀ ପ୍ରତିଭାର ଅଧିକାରିଣୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ l ଥାଲାସେମିଆ ପୀଡ଼ିତ ବ୍ୟକ୍ତିବିଶେଷମାନଙ୍କ ସକାଶେ ସେ ଉଲ୍ଲେଖଯୋଗ୍ୟ ଉଦାହରଣ ସୃଷ୍ଟି କରିଯାଇଛନ୍ତି ବୋଲି ଅତିଥିମାନେ ଆଲୋଚନା କରିଥିଲେ। ଏହି ଅବସରରେ “ଲିଟିଲ ବିଗ ରୋଲ ମଡେଲ “ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ସଭାପତି ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରି କହିଥିଲେ ଯେ ଜଗନ୍ନାଥ ଭଜନ ଗାନ କରିବା ସହିତ, ବନ୍ଦେ ଉତ୍କଳ ଜନନୀ ଗାନ କରିବା,ସ୍ୱର ଦେବା ପରି କାମ କରିବା ସହିତ ସେ କମ ବୟସରେ ବହୁ ପ୍ରତିଭାର ଅଧିକାରିଣୀ ହୋଇ ପାରିଥିଲେ ତାଙ୍କ ସ୍ମୃତିରେ ପ୍ରତିବର୍ଷ ଲିଟିଲ ପ୍ରତିଭା ସମ୍ମାନ ପ୍ରଦାନ କରାଯିବା କଥା ସେ ଘୋଷଣା କରିଥିଲେ l କାର୍ଯ୍ୟକ୍ରମକୁ ମନୋଜ ବଠୁ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଂଯୋଜକ ବାପୁ ଓଝା, ବରିଷ୍ଠ ସମାଜସେବୀ କ୍ରାନ୍ତି କୁମାର ସାକ୍ସେନା ପ୍ରମୁଖ ପରିଚାଳନା କରିଥିଲେ l ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ତୃପ୍ତିମୟୀ ମକଦମ । ଏହି ଅବସରରେ ଶ୍ରୀଧର ମାର୍ଥା ତାଙ୍କ ଉପରେ ଏକ ଚଳଚ୍ଚିତ୍ର ପ୍ରସ୍ତୁତ ହେଉଥିବା କଥା ସୂଚନା ଦେଇଥିଲେ। ଏହି ଅବସରରେ ତାଙ୍କର ପିତା ଚନ୍ଦ୍ରଭାନୁ କର, ମାତା ଗୀତାଞ୍ଜଳି କର, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ସମାଜସେବୀ ରଶ୍ମି ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page