କଣ୍ଠଶିଳ୍ପୀ ପବନଦୀପ ରାଜନ୍ କାର ଦୁର୍ଘଟଣାରେ ଗୁରୁତର

ମୁମ୍ବାଇ: ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୨ର ବିଜେତା କଣ୍ଠଶିଳ୍ପୀ ପବନଦୀପ ରାଜନ୍ ସୋମବାର ଆମରୋହାରେ କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତିି କରାଯାଇଛି। ସୋମବାର ପବନଦୀପ ବିଳମ୍ବିତ ରାତିରେ ଉତ୍ତରାଖଣ୍ଡ ଚମ୍ପାବତରୁ ବାହାରି ଦିଲ୍ଲୀର ଏକ କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ରାତି ପାଖାପାଖି ୩ଟା ସମୟ ହେବ ପବନଦୀପ ରାଜନଙ୍କ କାର ଚାଳକଙ୍କ ଆଖି ଲାଗି ଯାଇଥିଲା। ଫଳରେ କାରଟି ଭାରସାମ୍ୟ ହରାଇ ଦେଇଥିଲା। ଦୁର୍ଘଟଣାରେ ପବନଦୀପଙ୍କ ବାମ ଗୋଡ ଏବଂ ଡାହାଣ ହାତରେ ଗଭୀର ଭାବେ ଆଘାତ ଲାଗିଛି।ପବନଦୀପ ରାଜନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। କାରଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି। ପବନଦୀପଙ୍କ ଦୁର୍ଘଟଣାଗ୍ରସ୍ତ କାରର ଫଟୋ ବି ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଦୁର୍ଘଟଣାର ଶିକାର ହେବା ଖବର ପାଇବାପରେ ପବନଦୀପଙ୍କ ପ୍ରଶଂସକମାନେ ତାଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page