କାଳିଆପାଣି: ସାରା ରାଜ୍ୟରେ ଧୂମଧାମରେ ନବବର୍ଷ ଏବଂ ପଣାସଂକ୍ରାନ୍ତି ପାଳନ କରାଯିବା ସହ ମହାବୀରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଯାଜପୁର ଜିଲ୍ଲା କଲରଙ୍ଗି ଟାଟା ମାଇନସ୍ ର ତାରିଣୀ ମାର୍କେଟ ବାଣିଜ୍ୟ ସଂଘ ପକ୍ଷରୁ ଆନନ୍ଦ ଉଦ୍ଦିପନାର ସହ ପାଳନ କରାଯାଇଛି ଏହି ଓଡ଼ିଆ ନବବର୍ଷ ଓ ପଣାସଂକ୍ରାନ୍ତି ଉସôବ । ଏଠାରେ ଥିବା ମା’ ତାରିଣୀ ମନ୍ଦିର ପ୍ରାଙ୍ଗଣରେ

ପୂଜାର୍ଚ୍ଚନା କରାଯିବା ସହ ଭଜନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଥିଲା । ଯଜ୍ଞ ଆୟୋଜନ କରାଯିବା ସହ ସହ ପଣା ବଂଟନ କରାଯାଇଥିବା ଦେଖିବାକୁ ମିଳିଛି । ସଂଧ୍ୟାରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ବାଣିଜ୍ୟ ସଂଘ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ମା’ ଙ୍କ ଆଶିର୍ବାଦ ଲାଭ ନିମନ୍ତେ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ଭକ୍ତ ମନ୍ଦିର ପରିସରରେ ଏକତ୍ରିତ ହୋଇଥିବା ଦେଖାଯାଇଥିଲା ।

ପ୍ରତିବର୍ଷ ଭଳି ଏହି ତାରିଣୀ ମାର୍କେଟ ବାଣିଜ୍ୟ ସଂଘ ପକ୍ଷରୁ ଏହି ପଣା ସଂକ୍ରାନ୍ତିକୁ ଆନନ୍ଦସହକାରେ ପାଳନ କରାଯାଉଥିବାବେଳେ ଚଳିତ ବର୍ଷ ମଧ୍ୟ ଖୁବ୍ ଉସôାହର ସହ ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା ।
ବିମଳ କୁମାର ରଣାଙ୍କ ରିପୋର୍ଟ, ଉତ୍କଳ ବୁଲେଟିନ