କଳାହାଣ୍ଡି, ୨୮|୨: କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସହଯୋଗରେ ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା ଦେବୀ, ସମ୍ମାନିତ ଅତିଥି ଭାବେ ବିଧାୟକ ସୁଧୀର ରଞ୍ଜନ ପଟଯୋଶୀ, ଉପଜିଲ୍ଲାପାଳ ଧୀମାନ ଚକମା, ବ୍ଲକ ଅଧ୍ଯକ୍ଷା ବବିତା ପଟଯୋଶି , ଜିଲ୍ଲା ଶ୍ରମ କମିଶନର ସୁବାଷ ଚନ୍ଦ୍ର ମୁଣ୍ଡ ଜିଲ୍ଲା ଶ୍ରମ ଅଫିସର ଯତୀନ ମାଝୀ

ପ୍ରମୁଖ ଯୋଗଦେଇ ଥିଲେ । ଶ୍ରମିକମାନେ ଦେଶ ବା ରାଷ୍ଟ୍ର ନିର୍ମାଣ ମଣ୍ଡଳ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ହେଲେ ଦେଖାଯାଏ ଯେ, ସେମାନେ ସମାଜରେ ଅବହେଳିତ ଦାରିଦ୍ରର ସୀମାରେଖା ତଳେ ରହିଥାନ୍ତି । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ବ୍ୟବସ୍ଥା କରିଛନ୍ତି, ଯେପରିକି ଶ୍ରମିକମାନଙ୍କ ପିଲାଙ୍କ ପାଇଁ ଶିକ୍ଷା ସହାୟତା,ମୃତ୍ୟୁ କାଳୀନ ସହାୟତା ।ଅନ୍ତେଷ୍ଟିକ୍ରିୟା ସହାୟତା, ଶ୍ରମିକମାନଙ୍କ ପିଲାଙ୍କ ପାଇଁ ବିବାହ ସହାୟତା ଓ ପ୍ରସ୍ତୁତି କାଳୀନ ସହାୟତା, ଏହି ସବୁ ବିଷୟରେ ଅବଗତ ହୋଇ ଏହାର ଲାଭନେବାକୁ ଅନୁରୋଧ କରିବା ସହିତ ପିଲାମାନ ଙ୍କୁ କାମରେ ନ ଲଗେଇ ପାଠ ପଢେଇ ଭଲ ମଣିଷ କରିବାକୁ ଅନୁରୋଧ କରିଥିଲେ । ଶ୍ରମିକ ମାନଙ୍କର କେବଳ ରାଜ୍ୟ ବା ଦେଶରେ ନୁହେଁ ବିଶ୍ଵରେ ବଡ଼ ଅବଦାନ ରହିଛି । ସରକାର ଶ୍ରମିକଙ୍କ ଉନ୍ନତି ପାଇଁ ପ୍ରତିଶୃତିବଦ୍ଧ ଅଛନ୍ତି । ଜିଲ୍ଲା ଶ୍ରମ ଅଧିକାରୀ ଜିଲ୍ଲାରେ ଚାଲିଥିବା ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଅଣ ପଞ୍ଜିକୃତ ଶ୍ରମିକ ଯାହା ବୟସ ୧୮ ବର୍ଷରୁ ଉର୍ଦ୍ଧ ୬୦ ବର୍ଷରୁ କମ ସେମାନେ ଆବଶ୍ୟକୀୟ କାଗଜପତ୍ର ଦେଇ ପଞ୍ଜିକରଣ କରି ସରକାର ଙ୍କ ଯୋଜନାର ଲାଭ ନେବାକୁ ଅନୁରୋଧ କରିଥିଲେ । ଜିଲ୍ଲାରେ ଆର୍ଥିକ ବର୍ଷ ୨୦୨୪-୨୫, ପେବୃଆରୀ ୨୭ ସୁଦ୍ଧା ୫୦୪ ଜଣ ହିତାଧିକାରୀଙ୍କୁ ଭିନ୍ନ ଭିନ୍ନ ସହାୟତା ରାଶି ବାବଦରେ ପ୍ରାୟ ୩ କୋଟି ୪୧ ଲକ୍ଷ ୭୭ହଜାର ୬୦୦ ଟଙ୍କା ପ୍ରଦାନ କରାଯାଇଥିବାର ସୂଚନା ଦେଇଥିଲେ । ମୃତ୍ୟୁ ସହାୟତା ୧୨୬ ଜଣ, ପିୟୁନେରଲ ସହାୟତା ୯୭ଜଣ, ବିବାହ ସହାୟତା ୧୧୨ଜଣ, ପ୍ରସୂତି ସହାୟତା ୩୨ଜଣ, ଶିକ୍ଷା ସହାୟତା ୧୩୭ଜଣଙ୍କୁ ପ୍ରଦାନ କରା ଯାଇଥିବା ସୂଚନା ମିଳିଛି |

(କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ )