ଭବାନୀପାଟଣା, ୨୪/୦୪, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ଟାଉନହଲ ଭବାନୀପାଟଣା ଠାରେ ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହୋଇଯାଇଛି। ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଉପ ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, କଳାହାଣ୍ଡି ସାଂସଦ ଙ୍କ ପ୍ରତିନିଧି ଜୟଶଙ୍କର ନାୟକ, ସଦର ବିଧାୟକ ଙ୍କ ପ୍ରତିନିଧି ଧନୁର୍ଜୟ ଗହୀର, ବିଧାୟକ ଧର୍ମଗଡ଼ ଙ୍କ ପ୍ରତିନିଧି ଜଗ ବନ୍ଧୁ ସାହୁ,ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ,ଭବାନୀ ପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ ଭୋଇ, ତହସିଲଦାର ଅଧିକାରୀ ସୁଚିସ୍ମିତା ମିଶ୍ର, ପ୍ରମୁଖ ଯୋଗଦେଇ ଥିଲେ। ପ୍ରାରମ୍ଭ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପାଢି ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହିତ ପଞ୍ଚାୟତିରାଜ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ଜିଲ୍ଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେଆର୍ଥିକ ବର୍ଷ 2024-25 ପାଇଁ ଜିଲ୍ଲାରେ ମୋଟ 1,20,665 ସଂଖ୍ୟାକ ପ୍ରକଳ୍ପ ଗ୍ରହଣ କରାଯାଇଛି, 28,389 ସଂଖ୍ୟା କ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ 51, 376 ସଂଖ୍ୟାକ ପ୍ରକଳ୍ପ ର କାର୍ଯ୍ୟ ଚାଲୁରହିଛି। ସେଥିମଧ୍ୟରୁ 19,181 ସଂଖ୍ୟାକ ଜଳ ସଂରକ୍ଷଣ ଏବଂ ଜଳ ସଂଗ୍ରହ ପ୍ରକଳ୍ପ ଗ୍ରହଣ କରାଯାଇ 3,954 ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି। ମୋଟ 5,473 ସଂଖ୍ୟାକ ଗ୍ରାମୀଣ ସଂଯୋଗ ପ୍ରକଳ୍ପ ଗ୍ରହଣ କରାଯାଇ 707 ସଂଖ୍ୟାକ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି। ମୋଟ 2,800 ସଂଖ୍ୟାକ ପାରମ୍ପରିକ ଜଳାଶୟ ପୁନରୁଦ୍ଧାର ପ୍ରକଳ୍ପ ଗ୍ରହଣ କରାଯାଇ 546 ସଂଖ୍ୟା କ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ ଏଥିସହ ମୋଟ 7,240 ସଂଖ୍ୟାକ ଭୂମି ଉନ୍ନୟନ ପ୍ରକଳ୍ପ ଗ୍ରହଣ କରାଯାଇ 2,172 ସଂଖ୍ୟାକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଏସ୍ ବି ଏମ୍, ଅଧୀନରେ 1976 ଟି ଗ୍ରାମକୁ ଓ ଡି ଏଫ୍ ପ୍ଲସ୍ ମଡେଲ ଗ୍ରାମ ଘୋଷଣା କରାଯାଇଛି। 3,68,611 ଟି ସୌଚାଳୟର ନିର୍ମାଣ କରାଯାଇଛି ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ସୂଚନା ଦେଇଥିଲେ। ମୁଖ୍ୟ ଅତିଥି ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ଜିଲ୍ଲା ତଥା ରାଜ୍ୟ ର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ କ୍ଷେତ୍ରରେ ସମସ୍ତଙ୍କର ସହଯୋଗ ର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଇଥିଲେ। ଗ୍ରାମର ବିକାଶ ହେଲେ ଜିଲ୍ଲାର ବିକାଶ ହେବ ଏବଂ ଜିଲ୍ଲାର ବିକାଶ ହେଲେ ରାଜ୍ୟର ବିକାଶ ହେବ, ସମସ୍ତଙ୍କ ର ସହଯୋଗ ରେ ବିକାଶର ଧାରା କୁ ଆଗେଇ ନେବା ର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ସିଂଦେଓ କହିଥିଲେ। ଅନ୍ୟ ସମସ୍ତ ଅତିଥି ପଞ୍ଚାୟତି ରାଜ ବିଧିବ୍ୟବସ୍ଥା ରେ ମହିଳା ସଶକ୍ତିକରଣ ଓ ଗାଁ ର ଉନ୍ନତି ଓ ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। 16 ତମ ପଞ୍ଚାୟତି ରାଜ ଦିବସ ପାଳନ ଅବସରରେ ଦଶଜଣ ଯୋଗ୍ୟ ହିତାଧିକାରୀ ମାନଙ୍କୁ ମଂଚ ରେ ଅତିଥି ମାନଙ୍କ ଦ୍ଵାର ନୁଆ ରାସନକାର୍ଡ ବଣ୍ଟନ କରାଯାଇଥିଲା ଏବଂ ଉତ୍ତମ କାର୍ଯ୍ୟ ଦକ୍ଷତା ପାଇଁ ଜିଲ୍ଲାର ଏ ବି, ସି ଗ୍ରେଡ ତାଲିକା ରେ ଥିବା ଗ୍ରାମପଞ୍ଚାୟତ ଙ୍କୁ ପୁରସ୍କାର ରାଶି ବାବଦକୁ ଡମି ଚେକ,ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା। ପୁରୀ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଭାସୀ ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ ପରିଚାଳନା କରିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ
Social Share On:
Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp
Social Share On:
Related News
ଉତ୍କଳୀୟ ସ୍ୱାଭିମାନ ତରଫରୁ ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୬ତମ ଜନ୍ମ ଜୟନ୍ତୀ ପାଳନ
ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ 'ଉତ୍କଳୀୟ ସ୍ୱାଭିମାନ ଅନୁଷ୍ଠାନ' ତରଫରୁ ତଥା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ,ଓଡ଼ିଶା ସରକାର ଏବଂ କଳିଙ୍ଗ ଇନ୍ଷ୍ଟିଟ୍ୟୁଟେ ଇଣ୍ଡଷ୍ଟ୍ରିଆଲ ଟେକ୍ନଲୋଜି ଅନୁକୁଲ୍ୟରେ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୬ତମ ଜନ୍ମ ଜୟନ୍ତୀ ମଙ୍ଗଳବାର ସ୍ଥାନୀୟ ଜୟଦେବ
ଜନ ଅସନ୍ତୋଷରେ ପୈ।ର ଚିକିତ୍ସାଳୟ
୪୦ ମାସ ଧାରଣା ରେ ସେବା ପ୍ରତିନିଧିଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ଅଧିବାସୀ ସ୍ଵାଧୀନତା ପୂର୍ବରୁ ସ୍ଵାସ୍ଥ୍ୟ କଥା ଚିନ୍ତାକରି ୧୯୪୬ ମସିହାରେ ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଏକ ଚିକିତ୍ସାଳୟ ନିର୍ମାଣ କରିଥିଲେ। ପରେ ପୈ।ର ମହାନଗର ନିଗମ ସେହି ଚିକିତ୍ସାଳୟକୁ ନିଜ
ଉତ୍ତମ ମାନର ସେବା ଦେବା ପାଇଁ ଦୂରସଂଚାର ବିଭାଗ ପ୍ରତିଶୃତିବଦ୍ଧ
ଭୁବନେଶ୍ୱର: ଭାରତୀୟ ଦୂରସଂଚାର ବିଭାଗ ଭୁବନେଶ୍ୱର ଟେଲିକମ ପକ୍ଷରୁ ମହାନିର୍ଦ୍ଧେଶକ ରମେଶ କୁମାର ଗୋୟଲ ଏକ ସମୀକ୍ଷା ବୈଠକ ସହିତ ଟେଲିଫୋନର ବିଭିନ୍ନ ଉପଯୋଗୀତା, ନାଗରିକ ମାନଙ୍କ ପ୍ରମୁଖ ସମସ୍ୟା ସହିତ ବିଏସଏନଏଲ କୁ ଆହୁରି ଲୋକାଭିମୁଖୀ କରାଇବା, ସଂଚାର ଆପ
ଓଡ଼ିଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ତମ ସାଧରଣତନ୍ତ୍ର ଦିବସ ପାଳିତ
ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମ ପଂଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ତମ ସାଧରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସରେ ଏକତ୍ରିତ ହୋଇ ପତାକା ଉଚୋାଳନ କରିଥିଲେ। ଏହାସହ
ଓଡ଼ିଶ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମେଳା ଅନୁଷ୍ଠିତ
ଭୁବନ: ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମେଳା ଧୂମଧାମ ତଥା ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମର ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ପୀଠରେ ଗ୍ରାମର ସମସ୍ତ
ଚାନ୍ଦବାଲି ଏନଏସି ୧୦ନମ୍ବର ୱାର୍ଡ ନୟାଧାମରା ଗ୍ରାମରେ ଅଷ୍ଟପ୍ରହରୀ କୀର୍ତ୍ତିନ
ନୟାଧାମରାଗ୍ରାମରେ ପ୍ରତ୍ୟେକ ବର୍ଷଭଳି ଏହିବର୍ଷ ମଧ୍ୟ ଅଷ୍ଟପ୍ରହରୀ କିର୍ତ୍ତନ ପାଳନ କରାଯାଉଛି | ୨୫ ରୁ ୨୮୬ରିଖ ପର୍ଯନ୍ତ ଅଷ୍ଟପ୍ରହରୀ ନାମକିର୍ତ୍ତନ ଅନୁଷ୍ଟିତ ହେବ ବୋଲି ନୟାଧାମରାଗ୍ରାମରେ ଗ୍ରାମବାସୀବୃନ୍ଦ ଗ୍ରାମକୁ ସାଜସଜାସହିତ କିର୍ତ୍ତନଦଳକୁ ନିମନ୍ତ୍ରିତ କରିଛନ୍ତି | ତାହା ସହିତ ଆଖପାଖ
ଓଡିଶା ଉଦ୍ୟୋଗୀ ପରିବାରର ପଞ୍ଚମ ସ୍ୱନକ୍ଷତ୍ର ଅନୁଷ୍ଠିତ
ଭୁବନେଶ୍ୱର: ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାରର ପଞ୍ଚମ ସ୍ୱନକ୍ଷତ୍ର ଓ ଉଦ୍ୟୋଗୀଙ୍କ ସମ୍ପର୍କରେ ଆଲୋଚନା, ସମୀକ୍ଷା ବିଶିଷ୍ଟ ସମାଜସେବୀ, ସମାଜସେବୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ୱ ଓ ଶ୍ରୀକାନ୍ତ ଶେଖର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି I
ଗଡ଼ମାଣିତ୍ରୀ ଠାରେ ବନ୍ଧୁମିଳନ
ଖୋର୍ଦ୍ଧା: ପବିତ୍ର ମା ରାମଚଣ୍ଡୀଙ୍କ ପୀଠ ଗଡ଼ମାଣିତ୍ରୀ ଠାରେ ସମାଜସେବୀକା, ପୁଜ୍ୟପୂଜା ପ୍ରାଣ ସନ୍ତୋଷ କୁମାର ବଳିୟାର ସିଂ ଓ ଲୋପାମୁଦ୍ରାଙ୍କ ଏଗାରତମ ବିବାହ ବାର୍ଷିକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମାଙ୍କ ଆଶୀର୍ବାଦ ତଥା ବଡ ଭଉଣୀ
କଣ୍ଡୁରୀ ମହାଜନ ମେମୋରିଆଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର: ପବିତ୍ର ଶ୍ରୀପଂଚମୀ ଅବସରରେ ସାମାଜିକ ଅନୁଷ୍ଠାନ "କଣ୍ଡୁରୀ ମହାଜନ ମେମୋରିଆଲ ଟ୍ରଷ୍ଟ' ର ୧୫ତମ ବାର୍ଷିକ ଉତ୍ସବ ଓ ସଶକ୍ତ ଓଡ଼ିଶା ପକ୍ଷରୁ ଆୟୋଜିତ ମହିଳା ସଶକ୍ତିକରଣ ଅଭିଯାନ ଆଲୋଚନା ଚକ୍ର ଓ ମହିଳାଙ୍କୁ ଦୁଇ ଚକିଆ ଯାନ ପ୍ରଦାନ
ଓଡ଼ିଶ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମା’ ସରସ୍ୱତୀଙ୍କ ପୂଜାଚ୍ଚର୍ନା
ଭୁବନ: ଓଡ଼ିଶ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମା’ ସରସ୍ୱତୀଙ୍କ ପୂଜାଚ୍ଚର୍ନା ଖୁବ୍ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ଏହି ପୂଜାର୍ଚ୍ଚନା ବିଦ୍ୟାଳୟର ପ୍ରାୟ ସମସ୍ତ ଶିକ୍ଷାର୍ଥୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ବିଦ୍ୟାଳୟରେ ମା’ ସରସ୍ୱତୀଙ୍କ ମୃଣ୍ମୟ ମୂର୍ତ୍ତି
ଇନ୍ଦିରା ଗାନ୍ଧୀ ପାର୍କରେ ମ୍ୟୁଜିକ ସର୍କଲର କାର୍ୟ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ବର: ଭୁବନେଶ୍ବର ମ୍ୟୁଜିକ ସର୍କଲ ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କରେ “ଲଭେବୁଲ ରାଗଜ୍-ରାଗ ଆଧାରିତ ଲୋକପ୍ରିୟ ସଂଗୀତ” କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣତଃ ବନ୍ଦ ଅଡିଟୋରିୟମ୍ରେ ଏହିପରି କାର୍ୟ୍ୟକ୍ରମଗୁଡିକୁ ଉପସ୍ଥାପନ କରାଯାଇଥାଏ କାରଣ ଏହା ଭାରତୀୟ ଶାସ୍ତ୍ରୀୟ ସଂଗୀତ ପରିବେଷଣ
ସମାଜସେବୀ ସ୍ୱର୍ଗତଃ ଧ୍ରୁବଚରଣ ଓ ସୁବାସିନୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ
ଭୁବନେଶ୍ୱର: ଶିଶୁପାଳଗଡ଼ର ନିଆରା ସମାଜସେବୀ, ନୀତିନିଷ୍ଠ ବ୍ୟକ୍ତିତ୍ୱ ସ୍ୱର୍ଗତଃ ଧୁ୍ରବଚରଣ ପାତ୍ର ଓ ଧର୍ମପନôୀ ସମାଜସେବିକା ସୁବାସିନୀ ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ସ୍ଥାନୀୟ ଶିଶୁପାଳଗଡ଼ ବାସଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବାଲ୍ୟ ସହପାଠୀ ଭାଗ୍ୟଲତାଙ୍କ ସଂଯୋଜନାରେ ଅନୁଷ୍ଠିତ
ବଡ଼ ପରଦାକୁ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଙ୍କାଗଡ’
ଉପକୂଳ ଅଞ୍ଚଳର ଜଣେ ଯୁବକ ଶିକ୍ଷା ନିଯୁକ୍ତି ପାଇଁ ମାଓବାଦୀ ପ୍ରବଣ ଅଞ୍ଚଳକୁ ଯାଆନ୍ତି। ସେଠାରେ ସେ ଯେଉଁ ପରିବେଶ ଦେଇ ଗତି କରୁଛନ୍ତି ଓ ସଂଘର୍ଷ କରୁଛନ୍ତି ତାହା କାହାଣୀରେ ରୂପାୟିତ ହୋଇଛି ଓ ବଡ଼ ପରଦାକୁ ନେଇକି ଆସୁଛନ୍ତି
ନୂଆ ମ୍ୟୁଜିକ୍ ଭିଡିଓରେ ଶିବରାମ ଓ ଦୀପ୍ତି
ଶିବରାମ ଅଫିସିଆଲ୍ ନିବେଦିତ ନୂଆ ଓଡ଼ିଆ ରୋମାଣ୍ଟିକ୍ ମ୍ୟୁସିକ୍ ଭିଡିଓ "ପ୍ରିୟସି’ ବହୁତ୍ ଜଲଦି ଆପଣଙ୍କ ନିକଟକୁ ଆସିବାକୁ ଯାଉଛି ଓ ରିଲିଜ୍ ହେବାକୁ ଯାଉଛି। ଏହି ମ୍ୟୁସିକ୍ ଭିଡିଓରେ ନିର୍ଦ୍ଦେଶକ ଆନନ୍ଦ କୁମାର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱ
ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ
ବଲାଙ୍ଗିର: ତୁଷୁରା ସ୍ଥିତ ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ସାଇବର ସେଲ ଆଇଆଇସି ଭାରତୀ ନାୟକ ଓ ଜାତୀୟ ସ୍ତରୀୟ ଟାଇକଣ୍ଡୋ କୋଚ
ରକ୍ତଦାନ କଲେ, ଅମୂଲ୍ୟ ଜୀବନ ବଞ୍ଚାଇଲେ
ବଲାଙ୍ଗୀର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଡି ଗ୍ରାମର ୧୪ ବର୍ଷ ଝିଅ ଚୁଲବୁଲି ବଞ୍ଛୋର ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ 4% ରକ୍ତ ଥିବାରୁ ଜରୁରି ପରିସ୍ଥିତିରେ ଡାକ୍ତର ତାଙ୍କୁ ରକ୍ତ ଦେବାକୁ ପରାମର୍ଶ
ଇଣ୍ଡିଆୱାନ୍ ଏୟାର ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ କ୍ରିଉ ମେମ୍ବର
ରାଉରକେଲା: ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ଇଣ୍ଡିଆୱାନ୍ ଏୟାର ର ଏକ ୯-ସିଟର ବିମାନ ଶନିବାର ଦିନ ରାଉରକେଲା ବିମାନବନ୍ଦରରୁ ପ୍ରାୟ ୧୫–୨୦ କିଲୋମିଟର ଦୂର ଜଲଦା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୈଷୟିକ ତ୍ରୁଟି ଯୋଗୁଁ ଉଡାଣ ସମୟରେ ପାଇଲଟ୍ ଙ୍କୁ ‘ମେଡେ’
ନିଆରା ଢଙ୍ଗରେ ଜନ୍ମୋତ୍ସଵ ପାଳନ କଲା ନିସ୍ୱାର୍ଥ ସେବା ଓଡିଶା
ଭୁବନେଶ୍ୱର: ନିଃସ୍ୱାର୍ଥ ସେବା ଓଡ଼ିଶା ର ସପ୍ତମ ପ୍ରତିଷ୍ଠା ଦିବସ କୁ ନିଆରା ଢଙ୍ଗରେ ପାଳନ କରିଛି ସଂଗଠନ । କୌଣସି ଚାକଚକ୍ୟ ଉତ୍ସବ ପାଳନ ନକରି ଜଣେ ଅସହାୟ କର୍କଟ ରୋଗୀଙ୍କ ମୁହଁରେ ହସ ଫୁଟାଇଛି ଏହି ସଂଗଠନ ।
ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରିଣୀ ସହ ଆଲୋଚନା
ଖୋର୍ଦ୍ଧା: ସରକାରୀ ହାଇସ୍କୁଲ ଏନ୍.ପି.ଏସ୍. ଶିକ୍ଷକ ସଂଘ ଖୋର୍ଦ୍ଧା ଜିଲ୍ଲାର ଭାଇଭଉଣୀ ମାନଙ୍କ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଅଧିକାରିଣୀ ସୋନାମିକା ରାୟ, ସୟ-ଶିକ୍ଷାଧିକାରିଣୀ ପ୍ରଜ୍ଞାପରମିତା ଜେନା, ସହ-ଶିକ୍ଷାଅଧିକାରିଣୀ ରଶ୍ମିବାଳା ପରିଡ଼ା,ସହ-ଶିକ୍ଷାଅଧିକାରୀ ବିଜୟ କୁମାର ବେହେରାଙ୍କୁ ଭେଟି ଇଁରାଜୀ ନବବର୍ଷର ଅଭିନନ୍ଦନ ଜ୍ଞାପନ
ସଡ଼କ ଦୁର୍ଘଟଣାରେ ଚାଲିଗଲା ସାମ୍ବାଦିକାଙ୍କ ଜୀବନ
ପୁରୀ: ଭୁବନେଶ୍ବର ଜମାଲପୁର ଛକ ନିକଟରେ ସାରଳା ନାମକ ଏକ ଘରୋଇ ବସ୍ ଧକ୍କାରେ ପ୍ରମେୟ ନ୍ୟୁଜ୍ ସେଭେନ୍ରେ କାର୍ଯ୍ୟରତ ଜଣେ ସାମ୍ବାଦିକା ଶିଲା ପଟ୍ଟନାୟକ ଓ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି। ନ୍ୟୁଜ୍-୭ କାର୍ଯ୍ୟାଳୟରେ ଶୋକର ଛାୟା ଖେଳିଯାଇଛି। ସୂଚନା
Politics
ମନ୍ଦାକିନୀ ବାଣୁଆଁ ବଲାଙ୍ଗୀରର ଯୁବ କଂଗ୍ରେସ ପ୍ରଭାରୀ
ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ
Entertainment
ଓଡ଼ିଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ତମ ସାଧରଣତନ୍ତ୍ର ଦିବସ ପାଳିତ
ଓଡ଼ିଶ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମେଳା ଅନୁଷ୍ଠିତ
ଚାନ୍ଦବାଲି ଏନଏସି ୧୦ନମ୍ବର ୱାର୍ଡ ନୟାଧାମରା ଗ୍ରାମରେ ଅଷ୍ଟପ୍ରହରୀ କୀର୍ତ୍ତିନ