ସୁକିନ୍ଦା: ଶ୍ରାବଣ ମାସ ହେଉଛି ପବିତ୍ର ମାସ । ଆଉ ଏହା ଦେବ ଦେବ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ମାସ । ଏହି ମାସରେ ଶିବଙ୍କ ଲିଙ୍ଗରେ ଜଳଲାଗି କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ସେଥିଲାଗି ପ୍ରତିବର୍ଷ ଏହି ଶ୍ରାବଣ ମାସରେ ଭକ୍ତ ନିଜର ମନସ୍କାମନା ପୂରଣ ଲାଗି ଏହି ମାସର ପ୍ରତ୍ୟେକ ସୋମବାରରେ ଶିବମନ୍ଦିର ଯାଇ ଜଳଲାଗି କରିଥାନ୍ତି । ଆଉ ମାନସିକ ମଧ୍ୟ ରଖିଥାନ୍ତି । ଆଉ ଏହି ଏହି ଭକ୍ତମାନେ ଏକ ସ୍ୱତନ୍ତ୍ର ନାମରେ ପରିଚିତ ହୋଇଛନ୍ତି । ସେମାନଙ୍କୁ କାଉଡ଼ିଆ ବା ଶିବଭକ୍ତ ବୋଲି କହିଥାଉ । ତେବେ ଏହି ପ୍ରଥାକୁ ଭକ୍ତମାନେ ନିଷ୍ଠା
ସହକାରେ କରିବା ସହ ନଦୀରୁ ସ୍ୱତନ୍ତ୍ର ନୀତିନିୟମରେ ପାଣି ନେଇ ଖାଲିପାଦରେ ଚାଲି ଚାଲି ଯାଇ ଶିବ ମନ୍ଦିରରେ ପ୍ରଭୁ ଶିବଙ୍କ ଲିଙ୍ଗେ ପାଣି ଢ଼ାଳିଥାନ୍ତି । ଖାଲି ପାତରେ ଓ ବିନା ଖାଦ୍ୟରେ ଓ ବିନା ଜଳରେ ଚାଲି ଚାଲି ଯିବା ବହୁ କଷ୍ଟ ହୋଇଥାଏ । ତେଣୁ ଏହି କଷ୍ଟକୁ ଟିକେ ଲାଘବ କରିବା ଲାଗି ଆଗେଇ ଆସନ୍ତି କିଛି ଭକ୍ତି ବା ସଂସ୍ଥା ଓ ସଂଗଠନ । ସେମିତି ଏକ ପରିଚିତ ଥିବା ଯାଜପୁର ଜିଲ୍ଲାର ସୁକିନ୍ଦା ଅଂଚଳର କାଳିଆପାଣିରେ ଥିବା ଗୋବିନ୍ଦ ସେବା ଦଳ ନାମକ ସଂଗଠନ ଯେ କି ଦୀର୍ଘ ୧୫ବର୍ଷ ହେଲା ଏହି କାଉଡ଼ିଆ ଭକ୍ତଙ୍କ କଷ୍ଟକୁ ଟିକେ ଲାଘବ ଲାଗି ମହାନ ଶିବ କ୍ଷେତ୍ର କୁହାଯାଉଥିବା କପିଳାସ ପୀଠରେ ଜାରି ରଖିଛନ୍ତି ତାଙ୍କର ସେବା କାର୍ଯ୍ୟ । ଏହି ସେବା କାର୍ଯ୍ୟ ସମୟରେ କାଉଡ଼ିଆ ଭକ୍ତଙ୍କ ଲାଗି ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା ମଧ୍ୟ କରାଯାଇଥାଏ ବୋଲି କହିଛନ୍ତି ଏହାର ମୁଖ୍ୟ ରାଜକିଶୋର ପାତ୍ର ଏବଂ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ସହ ପ୍ରାଣକୃଷ୍ଣ ମହାନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ସେବାକାର୍ଯ୍ୟ କରି ଆମେ ବହୁତ ଖୁସି ଅନୁଭୂବ କରୁଛୁ ବୋଲି କହିଛନ୍ତି ସେବା ଦଳର ମୁଖ୍ୟ ରାଜକିଶୋର ପାତ୍ର । ଆଗକୁ ଏମିତି ଏହି କାର୍ଯ୍ୟ ଜାରି ରହିବ ବୋଲି ମଧ୍ୟ କହିଛନ୍ତି ଶ୍ରୀ ପାତ୍ର । ରିପୋର୍ଟ: ବିମଳ କୁମାର ରଣା, ଉତ୍କଳ ବୁଲେଟିନ