କୁଆଖାଇ, ଦୟା, ଭାର୍ଗବୀ, ନଦୀରେ ବନ୍ୟା ଜଳ ପ୍ରବେଶ

ବାଲିଅନ୍ତା: ବୁଧବାର ଦିନ ଚାଳିତ ବର୍ଷ କୁଆଖାଇ ,ଦୟା, ଭାର୍ଗବୀ ନଦୀରେ ହୀରାକୁଦର ପ୍ରଥମ ବନ୍ୟା ଜଳ ପ୍ରବେଶ ହୋଇଛି। ଏହି ଦୃଶ୍ୟକୁ ଦେଖିବା ପାଇଁ ଓ ଫୋଟ ଉତ୍ତଳନ ପାଇଁ ଦୟା ବ୍ରିଜ, ଭାର୍ଗବୀ ବ୍ରିଜ,କୁଆଖାଇ ନଦୀ ଟଙ୍କପାଣୀ ବ୍ରିଜରେ ପଥଚାରି ମାନଙ୍କ ଭିଡ ଦେଖିବାକୁ ମିଳିଥିଲା।ଉକ୍ତ ନଦୀରେ ବନ୍ୟା ଜଳ ପ୍ରବେଶ ଦ୍ବରା ତତ୍ପର ହୋଇ ଉଠିଛି ସ୍ଥାନୀୟ ଅଞ୍ଚଳର ବ୍ଲକ୍ ଓ ତହସିଲ ପ୍ରଶାସନ । ଉକ୍ତ ନଦୀର କୂଳରେ ଥିବା ଜନବସତି ଅଞ୍ଚଳକୁ ଜନ ପ୍ରତିନିଧିଙ୍କ ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସତର୍କ ସୂଚନା ଦିଆଯାଇଥିବାର ଖବର ମିଳିଛି । ନଦୀ କୂଳ ମାନଙ୍କରେ ଚାଷ କରାଯାଇଥିବା ବିଭିନ୍ନ କିସମର ପନିପରିବା କ୍ଷେତରେ ବନ୍ୟା ଜଳ ପଶି କେତେକ ଅଂଶ ଚାଷଜମି ଗୁଡିକ ନଷ୍ଟ ନଷ୍ଟ ହଇଥିବା ସାଧାରଣରେ ଆଲୋଚନା ହେଉଛି । ଆଗକୁ ଯଦି ନଦୀରେ ବନ୍ୟା ଜଳର ବୃଦ୍ଧି ଘଟେ ଏହାକୁ ନେଇ ଚିନ୍ତାରେ ଚାଷୀକୁଳ ପରିବାର।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page