କୁଳମଣି ବିଶ୍ୱାଳଙ୍କ “ପ୍ରେମାର୍ଦ୍ଧଶତକ” ପୁସ୍ତକର ହିନ୍ଦୀ ସଂସ୍କରଣ ଉନ୍ମୋଚିତ

ନୂଆଦିଲ୍ଲୀ: ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବାପାଇଁ ରୀତିଯୁଗୀୟ ସାହିତ୍ୟିରିତିରେ ଓଡ଼ିଆ କବି, ସାହିତ୍ୟିକ, ଲେଖକ, ଚିତ୍ରଶିଳ୍ପୀ ଡ଼ କୁଳମଣି ବିଶ୍ୱାଳଙ୍କ ଦ୍ୱାରା ରଚିତ “ପ୍ରେମାର୍ଦ୍ଧଶତ” କବିତା ପୁସ୍ତକ ହିନ୍ଦୀ ସଙ୍କଳନର ଉନ୍ମୋଚନ ଉତ୍ସବ ସ୍ଥାନୀୟ ଆଇ.ଆଇ.ଏମ.ସି. ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟବକ୍ତାଭାବରେ ଭଞ୍ଜ ସାହିତ୍ୟରେ ପ୍ରବୀଣ ବକ୍ତା ବାଗ୍ମୀ ତଥା ରୀତିଯୁଗୀୟ ସାହିତ୍ୟ ସାଧକ ଡ଼.କୃଷ୍ଣ କେଶବ ଷଡ଼ଙ୍ଗୀ ପୁସ୍ତକରେ କିପରି ରୀତିଯୁଗୀୟ ସାହିତ୍ୟ ଶବ୍ଦ ଭରିରହିଛି ତାହା ବର୍ଣ୍ଣନା କରିଥିଲେ | ବିତ୍ତ୍ୱିୟ କ୍ଷେତ୍ରରୁ, ପ୍ରଶାସନିକ କ୍ଷେତ୍ରରୁ, ସାହିତ୍ୟିକ କ୍ଷେତ୍ରରୁ, ଚିତ୍ରଶିଳ୍ପୀ କ୍ଷେତ୍ର ପର୍ଯ୍ୟନ୍ତ ପରିବ୍ୟାପ୍ତ ଡ଼ ବିଶ୍ୱାଳ ଜଣେ ଉଚ୍ଚକୋଟୀର ସାହିତ୍ୟିକ ନିଶ୍ଚୟ | ସୃଷ୍ଟିର ସୃଷ୍ଟିକୁ ସ୍ରଷ୍ଟାଙ୍କ ଠାରୁ ଆଣି ପୁଣି ସୃଷ୍ଟିକୁ ବାଣ୍ଟିବା କଳା ନିଶ୍ଚୟ ଡ଼. ବିଶ୍ୱାଳଙ୍କ ପାଖରେ ଅଛି ଏଥିରେ ସନ୍ଦେହ ନାହିଁ ବୋଲି ସ୍ୱତନ୍ତ୍ର ବକ୍ତା ଡ଼ ଦେବେନ୍ଦ୍ର ମାଝୀ ମତବ୍ୟକ୍ତ କରିଛନ୍ତି | ଅନ୍ୟମାନଙ୍କ ମଧ୍ୟରେ ଡ଼. ବିଶ୍ୱାଳଙ୍କର ଅବାହନରେ “ପଲ୍ଲୀବାଣୀ” ରଥର ସାରଥୀ ରାମଚନ୍ଦ୍ର ନାଥ, ସଞ୍ଜିବ ପାଟଜୋଷୀ ଏବଂ ହଜଖାସ ଜଗନ୍ନାଥ ମନ୍ଦିରର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଓଡ଼ିଶା ବାହାରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ସମସ୍ତ ଆଲୋଚକ ମାନଙ୍କୁ ସାଧୁବାଦ ଜଣାଇବା ସହ ରୀତିଯୁଗର ସାହିତ୍ୟିକ ମାନଙ୍କର କାଳଜୟୀ ରଚନା ଆମମାନଙ୍କ ପାଇଁ ମହାର୍ଘ୍ୟ ବୋଲି ଭାଷା ଆନ୍ଦୋଳନ,ଓଡ଼ିଶାର ଆବାହକ ପବିତ୍ର ମହାରଥା ବର୍ଣ୍ଣନା କରିଥିଲେ | ପୁସ୍ତକ ଉନ୍ମୋଚନ ଉତ୍ସବରେ ମାନ୍ୟବର ସାଂସଦ ଡ଼ ବିଭୂପ୍ରସାଦ ତରାଇ “ପ୍ରେମାର୍ଦ୍ଧଶତକ” ହିନ୍ଦୀ ସଂସ୍କରଣକୁ ଉନ୍ମୋଚିତ କରି ଓଡ଼ିଆ ଭାଷା ସାହିତ୍ୟକୁ ପ୍ରବାସରେ ବି ଆମ୍ଭେ ବଞ୍ଚାଇ ରଖିବା ପାଇଁ ଚେଷ୍ଟା କରିଛେ ତାହାହିଁ ଆମ ମାତୃଭୂମି ମାତୃଭାଷା ପାଇଁ ଅର୍ଘ୍ୟ | ସ୍ୱତନ୍ତ୍ର ବକ୍ତା ଭାବରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓଡ଼ିଆ ଭାଷା ସାହିତ୍ୟ ଆମ ଜୀବନଶୈଳୀରେ ଅଭିନ୍ନ ଅଙ୍ଗ | ଶତାଧିକ ଓଡ଼ିଆ, ଇଂରାଜୀ ପୁସ୍ତକକୁ ହିନ୍ଦୀରେ ଅନୁବାଦ କରି ହିନ୍ଦୀ ସାହିତ୍ୟକୁ ରୁଦ୍ଧିମନ୍ତ କରିବା ସହିତ ଭାରତୀୟ ଭାଷାକୁ ସମସ୍ତ ପ୍ରାନ୍ତୀୟ ଭାଷା ସହିତ ସମନ୍ୱୟ ରକ୍ଷା କରିବା ପାଇଁ ଚେଷ୍ଟା ଜାରି ରଖିଥିବା ଡ଼. ଦୀନେଶ କୁମାର ମାଲୀ ଉଶ୍ଚବରେ ଉପସ୍ଥିତ ଥିଲେ | ପ୍ରେମାର୍ଦ୍ଧଶତକ ପୁସ୍ତକର ଅନୁବାଦ ମତେ ରୀତିଯୁଗକୁ ଟାଣିନେଇଥିଲା ବୋଲି ପ୍ରକାଶ କରିଥିଲେ ଡ଼. ମାଲୀ | ଅନ୍ୟମାନଙ୍କ ମଧ୍ୟରେ ଡ଼. ରମାକାନ୍ତ ଶର୍ମା , ଡ଼. ଡି.ପି. ମିଶ୍ର ପ୍ରମୁଖ ପ୍ରେମାର୍ଦ୍ଧଶତକ ପୁସ୍ତକ ନିଶ୍ଚିତ ଭାବରେ ସାହିତ୍ୟ ଜଗତ ପାଇଁ ପ୍ରାଣର ସମ୍ଭାର ସୃଷ୍ଟି କରିପାରିଛି | ସ୍ୱନାମଧନ୍ୟା କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କର କଣ୍ଠରେ ଡ଼. କୁଳମଣି ବିଶ୍ୱାଳଙ୍କର ରଚିତ ସଙ୍ଗୀତ ସହିତ ଡ଼, ବିଶ୍ୱାଳଙ୍କର ଜୀବନ୍ତ ଚିତ୍ରକଳା ସଭାଟିକୁ ମନ୍ତ୍ରମୁଗ୍ଧ କରୁଥିବାବେଳେ | ନୃତ୍ୟଶିଳ୍ପୀ ଦିବ୍ୟାସିଂ ରାଉତ ,ଦକ୍ଷ୍ୟା ସାମଲ,ସ୍ନେହାଲି ଜେନା ,ପ୍ରିୟଦର୍ଶିନୀ ମାନଙ୍କର ନୃତ୍ୟ ଓ ସଙ୍ଗୀତପରିବେଷଣ କରିଥିଲେ | ଏହି ଭାବଧାରରେ ଡ଼ ବିଶ୍ୱାଳଙ୍କ ଦ୍ୱାରା ଅଙ୍କାଯାଇଥିବା ଚିତ୍ରକଳାକୁ ପ୍ରବୀର ମହାନ୍ତି ନଗଦ ୧୧ ହଜାର ଟଙ୍କାରେ କିଣିନେଇଥିଲେ | ଶେଷରେ ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀଙ୍କର ଧନ୍ୟବାଦ ପ୍ରସ୍ତାବ ଅତ୍ୟନ୍ତ ଭାବ ବିହ୍ଵଳ ସୃଷ୍ଟି କରିଥିଲା | ସବୁଦିନ ଆଜି ପରି ଦିନ ହୋଇଯାଉ ଡ଼, ବିଶ୍ୱାଳ ଏମିତି ସୃଷ୍ଟି କରୁଥାନ୍ତୁ ଏମିତି ଚିତ୍ର ଆଙ୍କୁଥାନ୍ତୁ ଏମିତି ଓଡ଼ିଆର ଭାବ ଏହିପରି ଜଗନ୍ନାଥଙ୍କ ସୃଷ୍ଟିକୁ ରୁଦ୍ଧିମନ୍ତ କରୁଥାଉ ଜଗତର ନାଥ ଶ୍ରୀଜଗନ୍ନାଥ ପାଖରେ ଏତିକି ପ୍ରାର୍ଥନା | ଏହି ଅବସରରେ କୋଲ ଇଣ୍ଡିଆ ର ଅଧ୍ୟକ୍ଷ ପି.ଏମ ପ୍ରସାଦ ଓପିଜିସି ର ବିତ୍ତ୍ୱାଧିକାରୀ ଗଗନ ବିହାରୀ ସ୍ୱାଇଁ ଏବଂ ଡ଼ ବିପିନ ମିଶ୍ର ଏବଂ ଯୋଗେଶ ସାଇଗଲ ପ୍ରମୁଖ ଡ଼ ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ବହୁ ଓଡ଼ିଆ ସଙ୍ଗଠନ ମାନେ ସହଯୋଗ କରିଥିଲେ ସେମାନଙ୍କ ମଧ୍ୟରେ ଗୋବର୍ଦ୍ଧନ ଧଳ ,ରିତା ପାତ୍ର ପ୍ରମୁଖତାର ସହିତ ସଭାକାର୍ଯ୍ୟ ପରିଚାଳନା କରିଥିଲେ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page