କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲିଅନ୍ତା: ବାଳକାଟି ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରତିଭା ଓ ପ୍ରୟାସ କୋଚିଂ ସେଣ୍ଟରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ୨0୨୪/୨୫ ଶିକ୍ଷାବର୍ଷରେ ଅଧ୍ୟୟନ କରିଥିବା ଦଶମ, ଯୁକ୍ତଦୁଇ ଏବଂ ସିବିଏସଇ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଅନୁଷ୍ଠାନର ମୁଖ୍ୟ ତଥା ପ୍ରତିଷ୍ଠାତା ଚିତ୍ତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ସମ୍ବର୍ଦ୍ଧିତ ସଭାରେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ସନ୍ତୋଷ ବେହେରା l ଏଥିରେ ଅତିଥିଭାବେ ସହକାରୀ ଶିକ୍ଷକ ଆଲୋକ ସାହୁ, ସାମ୍ବାଦିକ ସୂର୍ଯ୍ୟକାନ୍ତ ଭୋଳ, ଆଶୁତୋଷ ଚୌଧୁରୀ, ପ୍ରଳୟ କୁମାର ଦାସ ପ୍ରମୁଖ ଯୋଗଦେଇ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ଉଜ୍ବଳମୟ ଭବିଷ୍ୟତ କାମନା କରିଥିଲେ l ଏଥିସହ ଭବିଷ୍ୟତରେ ରାଜ୍ୟ ତଥା ଦେଶବିଦେଶରେ ନିଜକୁ ଉଚ୍ଚ ପାଦପଦବୀରେ ପ୍ରତିଷ୍ଠିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ l ସେହିପରି ଅତୀତରେ ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରି ଅଧିକାଂଶ ଛାତ୍ରଛାତ୍ରୀ ରାଜ୍ୟ ତଥା ଦେଶବିଦେଶରେ ବହୁ ଉଚ୍ଚ ପଦପଦବୀରେ ନିଯୁକ୍ତି ପାଇଛନ୍ତି l ଏହି ଶିକ୍ଷାନୁଷ୍ଠାନରେ ଦଶମ ଶ୍ରେଣୀରେ ମୋଟ ୧୭ ଜଣ ପରୀକ୍ଷା ଦେଇଥିବା ବେଳେ ଶତପ୍ରତିଶତ ପାସ କରିଥିବା ବେଳେ ପ୍ରତାପଶାସନ ବାଳିକା ଉଚ୍ଚବିଦ୍ୟାଳୟରେ ଅଧ୍ୟୟନ କରିଥିବା ଆର୍ଯ୍ୟ ସୋନାକ୍ଷୀ ସର୍ବାଧିକ ୫୩୨ ନମ୍ବର ରଖି ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି l ସେହିପରି ଯୁକ୍ତ ୨ କଳା ବିଭାଗରେ ମୋଟ ୪୨ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ କରିଥିଲେ l ଏଥିମଧ୍ୟରୁ ୨୫ ଜଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିଜେବି କଲେଜ ଛାତ୍ରୀ ରାନୀ ବେହେରା ୫୩୨ ନମ୍ବର ରଖି ସର୍ବାଗ୍ରେ ରହିଛନ୍ତି l ସେହିପରି ବାଣିଜ୍ୟ ବିଭାଗରେ ମୋଟ ୧୮ ଜଣ ପରୀକ୍ଷା ଦେଇଥିଲେ l ସେଥିପାଇଁ ଶତପ୍ରତିଶତ ପାସ କରିଥିବା ବେଳେ ୧୫ ଜଣ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ଏଥିରେ ବିଜେବି କଲେଜ ଛାତ୍ର ଅଂଶୁମାନ ସାହୁ ୫୨୯ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି l ୪ ଜଣ ସିବିଏସଇ ପରୀକ୍ଷା ଦେଇଥିବା ସମସ୍ତେ ପାସ କରିଛନ୍ତି l ଏଥିରେ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଆଦିତ୍ୟ ଅଭିଷେକ ସାହୁ ଶତକଡା ୯୩ ପ୍ରତିଶତ ମାର୍କ ରଖି ସର୍ବାଗ୍ରେ ଅଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page